ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ ତରଫରୁ ଦୁର୍ଘଟଣା ପୀଡିତ ବିକାଶ ପଶାୟତଙ୍କୁ ଆର୍ଥିକ ସହାୟତା

ବିଶ୍ୱାଳୀ, 14/02/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳୀ ଗ୍ରାମର ଦୁର୍ଘଟଣା ପୀଡିତ ବିକାଶ ପଶାୟତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ |
Article Image
ସୂଚନା ଯୋଗ୍ୟ କି, ଗତ ସପ୍ତାହରେ ବିକାଶ ମୋଟର ସାଇକେଲରେ ଘରକୁ ଫେରିବା ସମୟରେ ଘନ କୁହୁଡି ଯୋଗୁଁ ଦେଖି ନ ପାରି ରାସ୍ତାରେ ଥିବା ଷଣ୍ଢ ସହ ଦୁର୍ଘଟଣାର ଶିକାର ହୋଇ ବର୍ତ୍ତମାନ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିସ୍ଥିତ ହେଉଛନ୍ତି | ସେ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି | ବାପା ଜଣେ ମାନସିକ ରୋଗୀ | ପାଖରେ ଯାହା ଅର୍ଥ ଥିଲା ସବୁ ଖର୍ଚ୍ଚ ସାରିଲାଣି | ସ୍ୱାସ୍ଥ୍ୟ କାର୍ଡର ଲିମିଟ ବି ସରିଗଲାଣି | ଡାକ୍ତରଙ୍କ କହିବା ଅନୁସାରେ ଆହୁରି ୨୦-୨୫ ଲକ୍ଷ ଟଙ୍କା ଦରକାର ଅସ୍ତ୍ରୋପଚାର ଲାଗି | ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ଅସମ୍ଭବ | ଝିଅ ଘର ଘର ବୁଲି ଭିକ୍ଷା ଦାନ ମାଗୁଛି ବାପାଙ୍କୁ ବଞ୍ଚାଇବା ଲାଗି | ବିକାଶଙ୍କର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଅଭାବନୀୟ ଖବର ପାଇ ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ ର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂଯୋଜକ ମାନସ କୁମାର ମଲ୍ଲିକ, ବରିଷ୍ଠ ସଦସ୍ୟ ଜ୍ୟୋତି ରଞ୍ଜନ ସ୍ବାଇଁ, ଜୀବନଜ୍ୟୋତି ଜୟସିଂ, ହରେକୃଷ୍ଣ ବେହେରା, ସତ୍ୟବ୍ରତ ଦାସ ଏବଂ ସମ୍ବିତ ଦାସ ପ୍ରମୁଖ ବିକାଶଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ପନ୍ଦର ହଜାର (୧୫୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ବିକାଶଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
1