ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ଵୀପ ନଗର୍ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର୍ ଉପରକୁ ବୋତଲ ବୋମା ମାଡ଼କୁ ନେଇ ସାମ୍ବାଦିକ ସମ୍ମିଳନୀ l

ପାରାଦୀପ, 03/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଙ୍କ ଘର ଉପରକୁ ଗତ ଚାରି ଦିନ ତଳେ ହୋଇଥିବା ବୋତଲ ବୋମା ମାଡ କୁ ନେଇ ପାରାଦୀପ ନଗର୍ କଂଗ୍ରେସ ଦଳ ପକ୍ଷରୁ ମଧୁବନ୍ ସ୍ଥିତ କଂଗ୍ରେସ ଅଫିସ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏହି ସାମ୍ବାଦିକ ସମ୍ମିଳନୀ ରେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗେସ ବିଧାୟକ ପ୍ରାଥି ନିରଞ୍ଜନ ବେହେରା ଯୋଗ ଦେଇ ଥିବା ବେଳେ ପାରାଦୀପ ନଗର୍ କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ ଯୋଗ ଦେଇ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଯେକି ପ୍ରଥମ ନାଗରିକ ଭାବେ ପରିଗଣିତ ଶ୍ରୀ ଯୁକ୍ତ ବସନ୍ତ ବିଶ୍ୱାଳ ଙ୍କ ଘର୍ ଉପରକୁ ହୋଇଥିବା ବୋତଲ ବୋମା ମାଡ କୁ ନେଇ ପ୍ରତିକ୍ରିୟା ରଖିଥିବା ବେଳେ ପାରାଦୀପ ସହରର କେତେ ସୁରକ୍ଷିତ ଆମେ ମାନେ ବୋଲି ପ୍ରଶ୍ନ କରିଥିଲେ l ଏହି ବୋମା ମାଡ ଘଟଣା ତିନିଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାରାଦୀପ ପୋଲିସ ତରଫରୁ କୌଣସି ଦୂର୍ବୁତଙ୍କୁ ଧାରା ଯାଇ ନ ଥିବା ପୋଲିସ ପରିବା ପଣିଆ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିଲା l ସନ୍ଧ୍ୟା ସମୟରେ ବୋତଲ ବୋମା ପକାଇ ଦୃର୍ବୁତ୍ତ ଫେରାର ହୋଇ ବୁଲୁଥିବା ବେଳେ ଚାରି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଥିବା ନେଇ ପୋଲିସ ର କାର୍ଯ୍ୟ କ୍ରମ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି l ତେବେ ପୋଲିସ ଉପରେ ଜନ ସାଧାରଣ କି ପ୍ରକାର ଭରସା ରଖିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟି ଥିବା ଦେଖା ଯାଇଛି l ପୋଲିସର ନିଷ୍କ୍ରିୟତା ଉପରେ ବିଭିନ୍ନ ମହଲ ରୁ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଜଗତସିଂହିପୁର ଆରକ୍ଷୀ ଅଧିକ୍ଷକଙ୍କ ନଜରକୁ ଏହି କାର୍ଯ୍ୟ ଆସିଥିବା ବେଳେ ଦୋଷୀକୁ ଏ ପର୍ଯ୍ୟନ୍ତ ଧାରା ନ ଯିବା ଦୁଃଖ ଓ ପରିତାପର ବିଷୟ ବୋଲି ଚର୍ଚ୍ଚା ଜୋର୍ ଧରିଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ପାରାଦୀପ ନଗର୍ କଂଗ୍ରେସ ଦଳର ବହୁ କର୍ମୀ ଓ ବୁଦ୍ଧି ଜିବି ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି l ଏଥିରୁ ଜଣା ଯାଉଛି ପାରାଦୀପ ର ଆଇନୀ ଶୃଙ୍ଖଳା କେତେ ମଜୁଭୁତ l ଦୃର୍ବୁତ୍ତଙ୍କ ବୋତଲ ବୋମା ମାଡ କୁ ନେଇ ଶାନ୍ତ ପାରାଦୀପ କୁ ଅଶାନ୍ତ କରିବାରେ ଯେଉ ମାନେ ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ତୁରନ୍ତ ଧରାଯିବା ଶହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି l
3