ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ଘର ଉପରେ ବୋମା ମାଡ ଘଟଣାରେ ରେ ତିନି ଅଭିଯୁକ୍ତ ଗିରଫ

ପାରାଦ୍ଵୀପ, 04/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା ।ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ଘର ଉପରେ ବୋମା ମାଡ ଘଟଣାରେ ସମ୍ପୃକ ତିନି ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ। ଏହି ପେଟ୍ରୋଲ ବୋମା କେବଳ ଡରାଇବା ପାଇଁ ପକାଯାଇଥିଲା ।ମ୍ୟୁନିସିପାଲଟି ରେ ଠିକା କାମ କୁ ନେଇ ହୋଇଛି ଏହି ବୋମାମାଡ। ଜ୍ୟୋତି କାନ୍ତ ପରିଡ଼ା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଘଟଣା ରେ ସମ୍ପୃକ୍ତ ତିନି ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଜ୍ୟୋତି କାନ୍ତ ପରିଡ଼ା ଏବେ ଫେରାର ଥିବା ବେଳେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ଏହି ଘଟଣାରେ ବ୍ୟବହୃତ ବାଇକ ଜବତ କରାଯାଇଥିବା ବେଳେ ଗିରଫ ଯୁବକ ମାନେ ହେଲେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ର ତ୍ରିଲୋଚନ ପ୍ରଧାନ, ସିଦ୍ଧାନ୍ତ ବିଶ୍ବାଳ, ମଧୁବନ କଲୋନୀ ର ସୋମ୍ୟରଞ୍ଜନ ପଲେଇ । ସିସିଟିଭି ଫୁଟେଜ, ପେଟ୍ରୋଲ ପମ୍ପ ର ସିସିଟିଭି ଫୁଟେଜ ସହିତ ବୋମାମାଡ ପୂର୍ବରୁ ଜ୍ୟୋତି କାନ୍ତ ପରିଡ଼ା ଙ୍କ ସହିତ ଅଭିଯୁକ୍ତ ମାନଙ୍କ କଥାବାର୍ତ୍ତା ଓ କାମ ହେବାପରେ ମଧ୍ୟ ଅଭିଯୁକ୍ତ ମାନେ ତାଙ୍କୁ କାମ ହୋଇଗଲା ବୋଲି ଟେକ୍ନିକାଲ ଟିମ୍ ର ତଥ୍ୟ କୁ ଆଧାର କରି ପୋଲିସ ଏହି ସଫଳତା ପାଇଥିବା ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ପ୍ରକାଶ କରିଛନ୍ତି।
4