ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ପରିବେଶ ଦିବସ:ବୁଗୁଡ଼ା ବ୍ଲକର ୨୧ ପଞ୍ଚାୟତରେ ବ୍ୟାପକ ସଫେଇ ଓ ସଚେତନତା !

ବୁଗୁଡ଼ା, 05/06/2026, ଉତ୍କଳ voice news - utkalvoicenews.comବିଶ୍ୱ ପରିବେଶ ଦିବସ ଅବସରରେ ବୁଗୁଡ଼ା ବ୍ଲକର ସମସ୍ତ ୨୧ଟି ପଞ୍ଚାୟତରେ ବ୍ୟାପକ ସଫେଇ ଅଭିଯାନ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗ୍ରାମର ରାସ୍ତାଘାଟ, ସର୍ବସାଧାରଣ ସ୍ଥାନ କୁ ସଫା କରାଯିବା ସହ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ
Article Image
କରାଯାଇଥିଲା। ଏହି ଅବସରରେ ଜନପ୍ରତିନିଧି, ସରକାରୀ କର୍ମଚାରୀ, ମିଶନ ଶକ୍ତି ସଦସ୍ୟା, ସ୍ୱୟଂସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ଲାଷ୍ଟିକ ବ୍ୟବହାର କମାଇବା, ବୃକ୍ଷରୋପଣ କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ପ୍ରତ୍ୟେକ ପଂଚାୟତରେ ଜଣେ ଜଣେ ନୋଡାଲ ଅଫିସର ଉପସ୍ଥିତ ରହି ସଫେଇ କାର୍ଯ୍ୟ କୁ ତଦାରଖ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା ତାକରଡ଼ା ପଞ୍ଚାୟତ ର ମତାଝରି ଗ୍ରାମରେ ଉପସ୍ଥିତ ରହିସଫେଇ କରିବାସହ ପରିବେଶର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମସ୍ତଙ୍କ ସହଯୋଗ ଦ୍ୱାରା ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ସମ୍ଭବ ବୋଲିସଚେତନ କରାଇ “ସ୍ୱଚ୍ଛ ଗାଁ, ସୁସ୍ଥ ପରିବେଶ” ବାର୍ତ୍ତା ଦେଇଥିଲେ। ବୁଗୁଡ଼ା ବ୍ଲକରେ ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଏକ ସକାରାତ୍ମକ ସଚେତନତା ସୃଷ୍ଟି କରିଛି।
Article Image
3