ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭେଷଜ ବିଜ୍ଞାନ ଅଧିକାରୀ ଦୀପକ ଦାସ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୁଜଙ୍ଗ , 05/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା:04/06/2026 :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମପଞ୍ଚାୟତ ର ମୁ୍ଥାପଡା ଗ୍ରାମର ଶ୍ରୀ ଦୀପକ କୁମାର ଦାସ ନିଜର କର୍ମମୟ ଜୀବନ ଯାତ୍ରା ର ଦୀର୍ଘ ୩୫ ବର୍ଷ କାଳ କନକପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଷ୍ଠା ର ସହିତ ଜଣେ ଫାର୍ମାସିଷ୍ଟ ଭାବେ ସାଧାରଣ ଲୋକ ମାନଙ୍କ ସ୍ୱାସ୍ଥ୍ୟ ସେବାରେ ନିଜକୁ ଉତ୍ସାର୍ଗୀକୃତ କରିଥିଲେ। ତାଙ୍କର କଥାକହିବାର ଯାଦୁ ଶକ୍ତିରେ ରୋଗୀ ମାନଙ୍କ ଶରୀର ରେ ଔଷଧ ସଂଜୀବନୀ ପାଲଟିଥାଏ। ମାନବ ସେବା ହିଁ ମାଧବ ସେବାକୁ ନିଜ ଜୀବନର ବ୍ରତ ଓ କର୍ତ୍ତବ୍ୟ ରୂପେ ଗ୍ରହଣ କରି ତାଙ୍କୁ ଚିକିତ୍ସା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା। ଶେଷରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଭେଷଜ ବିଜ୍ଞାନ ଅଧିକାରୀ ଭାବେ ପଦୋନ୍ନତି ପ୍ରଦାନ କରାଯାଇଥିଲା ଓ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅବସର କାଳୀନ ବିଦାୟ ଗ୍ରହଣ କରିଥିଲେ। ରାହାମା ମାଟିର ଜଣେ ପରୋପକାରୀ ସୁଯୋଗ୍ୟ ସନ୍ତାନ ହୋଇଥିବାରୁ ରାହାମା ବିକାଶ ପରିଷଦ ଆନୁକୂଲ୍ୟରେ ରାହାମା ବିଜୁ କଲ୍ୟାଣ ମଣ୍ଡପ ସଭାଗୃହରେ ଦୀପକ ଦାସ ଙ୍କ ନିମନ୍ତେ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ ଥିଲା । ଶ୍ରୀଯୁକ୍ତ ଦାସ ଙ୍କ ନିମନ୍ତେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମାଜସେବୀ ତଥା ଆଇନଜୀବୀ ଡକ୍ଟର ସୁନାକର ବେହେରା ଅନୁଷ୍ଠାନିକ ରୂପେ ମଞ୍ଚ ସଂଚାଳନ କରି ବରେଣ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ରାହାମା ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ବେଉରା ଓ ସମ୍ପାଦକ ନୃସିଂହ ଚରଣ ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବିଷ୍ଣୁପ୍ରିୟା ଦାସ,ମୁଖ୍ୟ ବକ୍ତାଭାବେ ଆଇନି ବିଭାଗର ଅବସର ପ୍ରାପ୍ତ ଉପନିର୍ଦେଶକ ବିଷ୍ଣୁ ପ୍ରସାଦ କାନୁନଗୋ ,ସନ୍ନମାନିତ ଅତିଥି ମାନଙ୍କ ମଧ୍ୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତାଳପଡ଼ାର ର ସଭାପତି ଅଜୟ କୁମାର ସାହୁ,ବିଶିଷ୍ଠ ବ୍ୟବସାୟୀ ଭିକାରି ଚରଣ ସେନାପତି, ପ୍ରଫେସର ପ୍ରଶାନ୍ତ କାନୁନଗୋ, ରାହାମା ବଜ଼ାର କମିଟି ସଭାପତି ଶିଶିର ଦାସ, ରାହାମା ବିକାଶ ପରିଷଦ ସଭାପତି ପ୍ରଦୀପ କୁମାର ବେଉରା, ସାରଳା ଜୁଏଲାରୀ ପ୍ରତିଷ୍ଠାତା ପର୍ଶୁରାମ ମାଣିକ ଇତ୍ୟାଦି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶ୍ରୀଯୁକ୍ତ ଦାସ ଭେଷଜ ବିଜ୍ଞାନର ଜଣେ ସେବାର ସାଧକ ଓ ସାଧାରଣ ଲୋକମାନଙ୍କ ପ୍ରତିଥିବା ଭଲପାଇବା ସମସ୍ତିଙ୍କୁ ଆପଣାର କରିଥିଲା ବୋଲି ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ଅତିଥି ଏବଂ ତାଙ୍କୁ ଭଲପାଉଥିବା ବନ୍ଧୁ ମାନେ ନିଜର ଅଭିଭାଷଣରେ କହିଥିଲେ। ବିଭିନ୍ନ ସଂଗଠନ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୋତାନଇ ସରପଞ୍ଚ ବ୍ରଜ କିଶୋର ମହାରାଜ,ଅଧିକାରୀ ରମାକାନ୍ତ ଦାସ,ଡ଼ଃ ମାନସ ରଞ୍ଜନ ମହାନ୍ତି,ତୁଷାର ଲେଙ୍କା,ମନୋଜ ସାହୁ,ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶତପଥି, ଶିକ୍ଷକ ରଶ୍ମି ରଞ୍ଜନ ଦାସ,ମୃତୁଞ୍ଜୟ ପରିଡା,କାଁହୁ ଚରଣ ସାହୁ, ପ୍ରଦୀପ କୁମାର ବେହେରା, ଗୌରାଙ୍ଗ ଚରଣ ଦାସ, ବିଭୁତିଭୂଷଣ ବରାଳ, ସନ୍ତୋଷ ଦାସ, ପ୍ରତାପ ବେଉରା, ମାର୍କଣ୍ଡ ସାହୁ ଦେବେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ରବି ନାରାୟଣ ସାହୁ, ପ୍ରଶାନ୍ତ ଦାସ, ଗୋପାଳ ଦାସ, ତାଳପଡା ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ଲେଙ୍କା,ପ୍ରମୁଖ ଉପସ୍ଥିତ ଥିଲେ।
4