ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିରଞ୍ଚିପୁରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବୁଗୁଡ଼ା, 05/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।ସମସ୍ୟାଗୁଡ଼ିକର ସମାଧାନ ପାଇଁ ମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ, ଜମି ପଟ୍ଟା ଏବଂ ଭତ୍ତା ବଣ୍ଟନ କରାଯାଇଥିଲା।
Article Image
ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ବିରଞ୍ଚିପୁର ପଞ୍ଚାୟତର କିଛି ଲୋକ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପଞ୍ଚାୟତରେ କୌଣସି ସରକାରୀ ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ଅଭିଯୋଗ ଆଣିଥିଲେ। ଏହାର କଡ଼ା ଜବାବ ଓ ସ୍ପଷ୍ଟୀକରଣ ରଖି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ସଭାରେ ପଞ୍ଚାୟତରେ ହୋଇଥିବା ସମସ୍ତ ସରକାରୀ ଓ ପ୍ରଗତିଶୀଳ କାର୍ଯ୍ୟର ଏକ ସମ୍ପୂର୍ଣ୍ଣ ଚିଠା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପ୍ରଶାସନିକ ସେବାକୁ ଲୋକଙ୍କ ନିକଟତର କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଥି ସହିତ କାର୍ଯ୍ୟକ୍ରମର ପରିଶେଷରେ ୧୨ ଜଣ ସକ୍ରିୟ ବିଜେଡି କର୍ମୀ ଦଳ ତ୍ୟାଗ କରି ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଥିଲେ। ମାନ୍ୟବର ମନ୍ତ୍ରୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ଅଞ୍ଚଳର ପ୍ରଗତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
Article Image
5