ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ପରିବେଶ ଦିବସ ପାଳିତ : ସବୁଜ ପୃଥିବୀ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ

ବୁଗୁଡ଼ା, 05/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପରିବେଶ ସୁରକ୍ଷା, ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ ଓ ପରିଷ୍କାର-ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ ରାଲି, ଶପଥ ପାଠ ଓ ସଚେତନତା ସଭା ଅନୁଷ୍ଠିତ ହୋଇଛି। ବୃଦ୍ଧି ପାଉଥିବା ପ୍ରଦୂଷଣ, ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଆବଶ୍ୟକ। ଏହି ଅବସରରେ ବୁଗୁଡ଼ା ବ୍ଲକ ଗୋଲାମୁଣ୍ଡୁଳା ଗ୍ରାମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ,ବୁଗୁଡ଼ା ବିଜ୍ଞାପିତ ଅଞ୍ଚକ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ନଗର ପାଳ ଚିତ୍ରସେନ ପ୍ରଧାନ ଉପସ୍ଥିତ ରହି ଚାରାରୋପଣ କରିଥିବା ବେଳେ ବୁଗୁଡ଼ା ବ୍ଲକର ସମସ୍ତ ପଞ୍ଚାୟତ ରେ ମଧ୍ୟ ବୃକ୍ଷ ରୋପଣ ସହ ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ସବୁଜ ପରିବେଶ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।ଗଛ କେବଳ ଅମ୍ଳଜାନ ଯୋଗାଇ ନଥାଏ, ବରଂ ପରିବେଶର ସନ୍ତୁଳନ ରକ୍ଷା, ମାଟି କ୍ଷୟ ରୋକିବା ଓ ଜୈବ ବିବିଧତା ସଂରକ୍ଷଣରେ ମଧ୍ୟ ସହାୟକ ହୋଇଥାଏ।
Article Image
ତେଣୁ ସମସ୍ତେ ପ୍ରତିବର୍ଷ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଚେତନ କରାଯାଇଥିଲା ।
Article Image
5