ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ରାମ ବାସୀ ଙ୍କ ନିବେଦନ କ୍ରମେ ଫେରିଲା ପ୍ରଶାସନ।

ଏରସମା, 05/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ କ୍ରୁଷ୍ଣଚନ୍ଦ୍ରପୁର ପଞ୍ଚାୟତର ଅଟିମଟି ଗ୍ରାମର ବାବାଜି ବାରିକ ଙ୍କ କଥା।ଯେ କି ଏହି ଗାଁ ମୁଣ୍ଡରେ କେନାଲ ବନ୍ଧ ନିକଟରେ ସରକାରୀ ଜାଗାରେ ଏକ ଛୋଟିଆ ସେଲୁନ ଟିକକ କରି ନିଜ ପରିବାର ର ପୋଷନ୍ତି।ପୂର୍ବରୁ ଚାଳ ଘରଟିରେ ସେଲୁନ କରିଥିଲେ।ଏହି କିଛି ଦିନ ହେବ ଇଟା କାନ୍ଥ କରି ଆଜ୍ଜବେଷ୍ଟ ପକେଇ ସେଲୁନ ଚଲେଇଥିଲେ।କିନ୍ତୁ କିଛି ଲୋକ ଏହାକୁ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଯାହାକୁ ନେଇ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା।ଉକ୍ତ ନୋଟିସ୍ କୁ ଆଧାର କରି ପ୍ରଶାସନ ପୋଲିସ ଫୋର୍ସ ଧରି ସେଲୁନ ଟିକକୁ ଭାଙ୍ଗିବାକୁ ଯାଇଥିଲେ।ଗ୍ରାମ ବାସୀ ମାନେ ଏକତ୍ରିତ ହୋଇ ପ୍ରଶାସନ ଠୁ କିଛି ଦିନର ସମୟ ନେଇଥିଲେ ,ଯାହାଫଳରେ ପ୍ରଶାସନ ସେଲୁନକୁ ନ ଭାଙ୍ଗି ଫେରିଆସିଥିଲେ।ଏହି ଆଖ ପାଖ ଦଶଗୋଟି ଗାଁ ର ଲୋକେ ଏହି ଦୋକାନରୁ ସେବା ପାଆନ୍ତି।ଉକ୍ତ ଗ୍ରାମର ସମସ୍ତ ଲୋକ ବାବାଜୀ ବାରିକକୁ ସପୋର୍ଟ କରିଥିବା ବେଳେ କିଛି ଲୋକ ପ୍ରଶାସନ ପାଖରେ ଅଭିଯୋଗ କରିବାରୁ ଏହି ଗରିବ ଲୋକଟିର ଜୀବନ ଜୀବିକା ଉପରେ ପ୍ରଶ୍ନ ଉଠୁଛି।ଯଦି ସରକାର ବା ପ୍ରଶାସନ ଏହି ଗରିବ ଲୋକଟିର ଜୀବନ ଜୀବିକା ଉପରେ ସୁ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେଲେ ବାବଜି ବାରିକ ଓ ଗ୍ରାମବାସୀ ମାନେ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି।
11