ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ବୁଗୁଡା, 14/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବ୍ରୁଆରୀ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ବାଳ ଅଧ୍ଯକ୍ଷତା କରିଥିଲେ। ମୁଖ୍ୟ ଅତିଥ୍ ଭାବେ ୪୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଯୋଗଦେଇ ଥ‌ିବା ବେଳେ ସମ୍ମାନିତ ଅତିଥି ଭାବେ ଏସଏମସି ସଭାନେତ୍ରୀ ସୁଲୋଚନା ସ୍ବାଇଁ, ଖୋଳଖାଳି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟା ପ୍ରତିନିଧ‌ି ଉମାକାନ୍ତ ପାତ୍ର ଓ କାର୍ତ୍ତିକ ସାହାଣୀ, ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା, ତାଳସାକକର ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଗୋଳାମୁଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ବେହେରା, ସିଆରସିସି ଦିଲ୍ଲୀପ କୁମାର ବେହେରା, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ, ଶିକ୍ଷକ ନାରାୟଣ ମହାନ୍ତି, ସୁରେନ୍ଦ୍ର ନାଥ ଜେନା, ପ୍ରଶାନ୍ତ କୁମାର ରଥ, ସିନୁ ପାତ୍ର, ସୁଶାନ୍ତ ବେହେରା, ଯୁଧୁଷ୍ଠିର ଭୂୟାଁ ଓ କାହ୍ନୁ ଚରଣ ବେହେରା ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସିତରାମ ତ୍ରିପାଠୀ ଅତିଥ୍ୟ ପରିଚୟ ପ୍ରଦାନ କରିଥିବା ବେଳେ ନିଳାଦ୍ରୀ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
1