ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଧ୍ୟାପକ ନରେନ୍ଦ୍ର ଦିଗାଲ ଙ୍କୁ ଅବସର କାଳୀନ ସଂବର୍ଦ୍ଧନା

କନ୍ଧମାଳ, 05/06/2026, ଉତ୍କଳ voice news - utkalvoicenews.comକନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍. ସି. ଏସ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଙ୍କୁ କଲେଜ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ରଥ ଙ୍କ ଅଧ୍ୟକ୍ଷତା ରେ ଆବେଗ ଭରା ବିଦାୟ ସମର୍ଦ୍ଧନା ଦିଆଯାଇଛି ।ମୁଖ୍ୟ ଅତିଥିଭାବେ କଲେଜ ପରିଚାଳନା ପରିଷଦର ପ୍ରାକ୍ତନ ସଭ୍ୟ ତଥା ରାଜ୍ୟ ଏସି ମୋର୍ଚ୍ଚାର ଉପସଭାପତି ରାମ ବିଶ ଦିଗାଲ ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ
Article Image
ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଦିଗାଲ ସାର୍ କଲେଜର ପ୍ରଶାସନିକ ଅଧିକାରୀ ଥିଲେ ତାଙ୍କ ସାହସ,ଦକ୍ଷତା ଓ ନିର୍ଭୀକତା ଯୋଗୁଁ ଛାତ୍ର ଛାତ୍ରୀ ବିଶୃଙ୍ଖଳା କରିବା ପାଇଁ ସାହସ କରୁନଥିଲେ ।କଲେଜପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ବକ୍ତବ୍ୟ ଦେଇଥିଲେ । ଷ୍ଟାଫ୍ ସେକ୍ରେଟାରୀ ଅଧ୍ୟାପକ ବନମାଳୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନରେନ୍ଦ୍ର ଦିଗାଲ ଙ୍କୁ ମାନପତ୍ର ,ଫୁଲତୋଡ଼ା,କିଛି ସ୍ମୃତି ର ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଦିଗାଲ ଦୀର୍ଘ ଚାକିରୀ ଜୀବନର ସ୍ମୃତିକୁ ରୋମନ୍ଥନ କରି କଲେଜର ସୁନାମ ରଖିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ପ୍ରାକ୍ତନ ଅଧ୍ୟକ୍ଷ ମହାନ୍ତି ସାର୍,ଦିଗାଲ ସାର୍ ଏବଂ ରାମ ବିଶ ସାର୍ କଲେଜର ସମୃଦ୍ଧି ଓ ବିକାଶ ରେ ଅମସହ ସର୍ବଦା ରହିବେ ବୋଲି ଅନୁରୋଧ କରିଥିଲେ ।
4