ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା : ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ 

ରାୟଗଡ଼ା, 06/06/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ଜନଜାତି ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୩୮-ଗୁଣୁପୁର ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଅଭିଷେଖ ଦୁଦାଳଙ୍କ ନେତୃତ୍ୱରେ ଗୁଣୁପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଜନଜାତି ଅଧ୍ୟୁଷିତ ରେଜିଙ୍ଗଟାଲ ଗ୍ରାମ ପରିଦର୍ଶନ କରିଥିଲେ।
Article Image
ଏହି ଅବସରରେ ଉପ ଜିଲ୍ଲାପାଳ ଗୁଣପୁର ଶ୍ରୀ ଅଭିଷେଖ ଦୁଦାଳ, ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO), ଗୁଣୁପୁର; ବ୍ଲକ ଉନ୍ନୟନ ଅଧିକାରୀ ତଥା AERO, ଗୁଣୁପୁର; ସହକାରୀ ଜିଲ୍ଲାପାଳ ତଥା AERO, ଗୁଣୁପୁର ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପର ତଦାରଖ କରିଥିଲେ। ପରିଦର୍ଶନ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ଶ୍ରୀ ଅଜିତ ସବର ସ୍ଥାନୀୟ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସହ ସେମାନଙ୍କ ମାତୃଭାଷା ସୌରା ଭାଷାରେ ସିଧାସଳଖ ସମ୍ବାଦ କରିଥିଲେ। ସେ SIR କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତି, ସଂଶୋଧନ ଏବଂ ଅଦ୍ୟତନ ପ୍ରକ୍ରିୟା ସମ୍ପର୍କରେ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ନିଜ ଭାଷାରେ ସୂଚନା ପାଇବା ଫଳରେ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ସହଜରେ ବୁଝିପାରିଥିଲେ ଏବଂ ଉତ୍ସାହର ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧିକାରୀମାନେ ଦୁର୍ଗମ ଜନଜାତି ଅଞ୍ଚଳର ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ଏବଂ ମତଦାତା ତାଲିକାର ସଠିକତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଲାଞ୍ଜିଆ ସୌରା ସମ୍ପ୍ରଦାୟ ମଧ୍ୟରେ ସ୍ଥାନୀୟ ଭାଷା ମାଧ୍ୟମରେ ସଚେତନତା ସୃଷ୍ଟି କରିବା SIR କାର୍ଯ୍ୟକ୍ରମକୁ ଅଧିକ ସମାବେଶୀ ଏବଂ ଜନମୁଖୀ କରିବାରେ ସହାୟକ ହେବ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଥିଲେ।
3