ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଟ୍ଟାଙ୍ଗି ବିଧାୟକଙ୍କ ଅଶାଳୀନ ବ୍ୟବହାର ବିଡିଓଙ୍କ ବଦଳି ଦାବି ବିଜେଡିର ବ୍ଳକ୍ ଅଫିସ୍ ଘେରାଉ

କୋରାପୁଟ, 06/06/2026, ଉତ୍କଳ voice news - utkalvoicenews.comନନ୍ଦପୁରବିଜେଡି କର୍ମୀଙ୍କୁ ପଟ୍ଟାଙ୍ଗି ବିଧାୟକଙ୍କ ଅଶାଳୀନ ବ୍ୟବହାର, ପଞ୍ଚାୟତ ପ୍ରତିନିଧିଙ୍କୁ ଧିଙ୍କୁ ଅଣଦେଖା ଏବଂ ବିଡିଓଙ୍କ ବଦଳି ଦାବିରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଆବାହକ ତଥା ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ବିଧାୟକ ପ୍ରୀତମ ପାଢି ଓ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକାଙ୍କ ନେତୃତ୍ବରେ ନେତା ଓ ଶତାଧିକ କର୍ମୀ ସ୍ଥାନୀୟ ସର୍ବେଶ୍ୱର ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବୃକ୍ କାର୍ଯ୍ୟାଳୟ ଆଗରେ ପହଞ୍ଚି ଧାରଣା ଦେଇଥିଲେ। ବିଧାୟକଙ୍କ ଗୁଣ୍ଡାଗିରି ଚଳିବ ନାହିଁ, ବିଡିଓଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦଳ ପକ୍ଷରୁ ଦାବି କରା‌ଯାଇଥିଲା। ପରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
Article Image
ଆଗାମୀ କାର୍ଯ୍ୟାବଳୀରେ ସଂଶାଧନ କରାନଗଲେ ବୃକରେ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ନେତାମାନେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, କାର୍ଯ୍ୟକାରୀ ସଭାପତିପ୍ରସାଦ ବିଡି଼କା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଳକ ବିଜେଡ଼ି ସଭାପତି କାଶୀନାଥ ଗୋଲରୀ, ବରିଷ୍ଠ ନେତା ଗୋପଳକୃଷ୍ଣ ବେବର୍ତ୍ତୀ, ଜଗନ୍ନାଥ ପାଙ୍ଗି, ଯୁବନେତା ସମାଜସେବୀ ଆକାଶ ଖିଲଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ। ବୁଧବାର ସାପ୍ତାହିକ ହାଟ ଆଖିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ.
3