ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ପରିବେଶ ଦିବସ ଅବସରରେ ସାମୁହିକ ସମୁଦ୍ର ବେଳାଭୂମି ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାରାଦୀପ, 06/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) ତା - ୫ ଜୁନ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପାରାଦୀପ କଲେଜ ଏନ୍‌ସିସି ଆଲୁମୁନି ଆସୋସିଏସନ, ନେଚର କେୟାର ଇନିସିଏଟିଭ ଏବଂ କୁଜଙ୍ଗ ବନ୍ୟଜୀବ ବନାଞ୍ଚଳ ଅନ୍ତର୍ଗତ ଲୁଣା ଜଙ୍ଗଲ ବନଖଣ୍ଡ, ରାଜନଗରର ମିଳିତ ପ୍ରୟାସରେ ଏକ ସାମୁହିକ ସମୁଦ୍ର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସସ୍ମିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନ୍‌ସିସି ଆଲୁମୁନି ଆସୋସିଏସନର ଉପଦେଷ୍ଟା ଲେଫ୍ଟନାଣ୍ଟ କମାଣ୍ଡର ଏ. ସି. ମିଶ୍ର, ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ପଦ୍ମନାଭ ଦାସ, ଉପସଭାପତି ବିକ୍ରମ ସିଂ ମହାରଣା, ବିବେକାନନ୍ଦ ମହାପାତ୍ର, ହରପ୍ରିୟା ପଟ୍ଟନାୟକ ଓ ରାଜା ମଲ୍ଲିକ ଉପସ୍ଥିତ ଥିଲେ।
Article Image
କାର୍ଯ୍ୟକ୍ରମରେ ଏନ୍‌ସିସି କ୍ୟାଡେଟ, ଆଲୁମୁନି କ୍ୟାଡେଟ ଏବଂ ଜଙ୍ଗଲ ବିଭାଗର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ବନପାଳ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ, ଶ୍ରୀମତୀ ରୋଜାଲିନ ଦାସ, ଶ୍ରୀମତୀ ଚିନ୍ମୟୀ ସାହୁ, ବନରକ୍ଷୀ ଶ୍ରୀମତୀ ଦୀପ୍ତିମୟୀ ଜେନା, ଶ୍ରୀ ମଦନ ମୋହନ ଦାସ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ସମୁଦ୍ର ବେଳାଭୂମିରୁ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ସଫେଇ କାର୍ଯ୍ୟରେ ସାମିଲ ହେବା ସହିତ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କରିଥିଲେ। ପରିବେଶ ସଚେତନତା ବୃଦ୍ଧି ଓ ସ୍ୱଚ୍ଛ ସମୁଦ୍ର ବେଳାଭୂମି ଗଠନ ପାଇଁ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।
4