ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମଗିରିରେ ବିଶ୍ଵ ପରିବେଶ ଦିବସ ପାଳିତ।

ପୁରୀ , 06/06/2026, ଉତ୍କଳ voice news - utkalvoicenews.comରାଷ୍ଟ୍ରୀୟ ସଦଭାବନା ମଞ୍ଚ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ।ଆମ ସଂସ୍କୃତି ଦାରୁ ବ୍ରହ୍ମର ସଂସ୍କୃତି, ତେଣୁ ବ୍ୟାପକ ବୃକ୍ଷ ରୋପଣ ଆମର ପ୍ରଥମ କର୍ତ୍ତବ୍ୟ* ବଭାରତ ସରକାର ଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ କେନ୍ଦ୍ର, ପୁରୀ ଜିଲ୍ଲା ଏବଂ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ତରଫରୁ ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣିଆ ଗ୍ରାମ ପଞ୍ଚାୟତର ବ୍ରାହ୍ମଣିଆ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆଇନଜୀବୀ ଦିଗମ୍ବର ବେହେରା ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପରିବେଶ ସୁରକ୍ଷା ରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
Article Image
ବ୍ରହ୍ମଗିରି ଓକିଲ ସଂଘ ସଭାପତି ଆଇନଜୀବୀ ରମା ଶଙ୍କର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ଆମ ସଂସ୍କୃତି ଦାରୁ ବୃକ୍ଷ ଆଧାରିତ।ଜନ୍ମର ଏନ୍ତୁଡ଼ିଶାଳରୁ ମରଣର ଜୁଇ ଶେଯ ପର୍ଯ୍ୟନ୍ତ ବୃକ୍ଷର ଆବଶ୍ୟକତା ରହିଛି। ବର୍ତ୍ତମାନ ପୃଥିବୀ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟି ଚାଲିଛି। ବିଶ୍ୱ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ହେବାରେ ଲାଗିଛି। ଏହାକୁ ସ୍ଥାନୀୟ ସ୍ତରରେ ମୁକାବିଲା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ବବିତା ସ୍ୱାଇଁ, ସମାଜସେବୀ ସଶ୍ମିତା ସାହୁ, ବ୍ରହ୍ମା କୁମାରୀ ଭଗ୍ନୀ ମଞ୍ଜୁଲତା ଦେବୀ, ଟୁଇଟର ଆକ୍ଟିଭିଷ୍ଟ ବିସ୍ମୟ ମିଶ୍ର, ଅକ୍ଷୟ କୁମାର ଜେନା, ସମାଜସେବୀ ପ୍ରଦୀପ କୁମାର ମହାରଣା ପ୍ରମୁଖ ଯୋଗଦାନ କରି ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ ଓ ବ୍ୟାପକ ବୃକ୍ଷ ରୋପଣ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବିଭିନ୍ନ ଫଳଚାରା ରୋପଣ କରିଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ପରିବେଶ ସୁରକ୍ଷା ସମ୍ପର୍କୀତ ବକ୍ତୃତା ପ୍ରତିଯୋଗିତାର ଚାରିଜଣ ବିଜେତାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଷ୍ଟଡି କମ୍ପ୍ଲେକ୍ସ ର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଆବାହକ ସମୀର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା,ଚାଷୀ,ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।
3