ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନମାଳୀ ବାବୁଙ୍କର ୩୭ତମ ଶ୍ରାଦ୍ଧୋତ୍ସବ ପାଳିତ

ବାଲେଶ୍ୱର / ନୀଳଗିରି, 06/06/2026, ଉତ୍କଳ voice news - utkalvoicenews.comତା - ୬/୬/୨୦୨୬ - ୩୭ତମ ଶ୍ରାଦ୍ଧୋତ୍ସବ ନୀଳଗିରି ଗୁରୁକୂଳ ଭବନରେ ସଭାର ସଭାପତି ଗୌରାଙ୍ଗ ପ୍ରସାଦ ପଟ୍ଟନାୟକ ଙ୍କ
Article Image
ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମ୍ପାଦକ ବସନ୍ତ କୁମାର ଖୁଣ୍ଟିଆ ତଥା ରାଜ୍ୟ ସଂଗଠନର ଉପସଭାପତି ଶ୍ରୀ ସୁଦର୍ଶନ ରାଉତ ଏବଂ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଯୋଗ ଦେଇ ବନମାଳୀ ବାବୁ ଶିକ୍ଷାର ସାରଥି ଥିଲେ ବୋଲି କହିଥିଲେ। ଆଜି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କର ସେ ଥିଲେ ସାରଥି । ସରକାରୀକରଣ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ପେନ୍‌ସନ୍ ଭୋଗୀ ଙ୍କ ମୁହଁରେ ଯେଉଁ ହସ ସେ ଫୁଟାଇ ପାରିଛନ୍ତିି ତାହା ହିଁ ତାଙ୍କର ଅବଦାନ । ସଂଗଠନର ପୁରୁଖା ସାଥି ସୁରେନ୍ଦ୍ର କୁମାର ପ୍ରଧାନ, ସାରଥୀ ବେହେରା, କାର୍ତ୍ତିକ ଚନ୍ଦ୍ର ନାୟକ, ନିରଞ୍ଜନ ରାଉତ, ନିରଞ୍ଜନ ବିଶ୍ୱାଳ,ମକରନ୍ଦ ମଣ୍ଡଳ, ବିଦ୍ୟାଧର ନାୟକ, ଭାସ୍କରଚନ୍ଦ୍ର ମିଶ୍ର, ଅଜୟ କୁମାର ମହାପାତ୍ର, ପର୍ଶୁରାମ ସ୍ୱାଇଁ ଓ ଅନ୍ୟ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୀଳଗିରି ଓ ଔପଦା ବ୍ଳକରୁ ୩୦ ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଏବଂ ୨୦ ରୁ ଅଧିକ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମୀ ଉପସ୍ଥିତ ରହି ବନମାଳୀ ବାବୁଙ୍କର ସୃତିଚାରଣ କରିଥିଲେ । ଶେଷରେ ଭାଗବତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
3