ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅମୃତା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ

ଜଗତସିଂହପୁର, 07/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ଅମୃତା କନ୍ଯାମାନକଂ ସଫଳତା ସକାରାତ୍ମକ ପ୍ରୟାସ ଓ ଅକ୍ଳାନ୍ତ ପରିଶ୍ରମ ସଫଳତା
Article Image
ଜଗତସିଂପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ଅମୃତା ଫାଉଣ୍ଡେସନର ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ନିର୍ଦେଶକ ଡ଼ଃ ବଟ କିଶୋର ରାୟକଂ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ଜିତେନ୍ଦ୍ର କୁମାର ମହାନ୍ତି, ମୁଖ୍ଯ ଅତିଥି ଭାବେ ଆମେରିକା ନର୍ଥ କାରୋଲିନାସ୍ଥ ବି. ଆଇ.ପିର ସିଇଓ ଡ ଧିରେନ୍ଦ୍ର କର, ଗାଦୀବ୍ରହ୍ମ ମହାବିଦ୍ଯାଳୟର ଅଧ୍ଯକ୍ଷା ଡ ସସ୍ମିତା ମହାନ୍ତି, ଅମୃତା ଫାଉଣ୍ଡେସନର ଅଧ୍ଯକ୍ଷ ଡ ଅଭୟ ନାୟକ, ଫାଉଣ୍ଡେସନର ମୁଖ୍ଯ ସଂଯୋଜକ ଶ୍ରୀ ସଂଜମ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷା ମାଧ୍ଯମରେ,
Article Image
ମାନବ ସେବାରେ ସମାଜର ପରିବର୍ତ୍ତନ ହୁଏ । ଅମୃତା ଫଉଣ୍ଡେସନର ଏହି ଅଭିନବ ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଅମୃତା କନ୍ଯାମାନକୁଂ ସକାରାତ୍ମକ ପ୍ରୟାସ ସାଂଗକୁ କଠିନ ପରିଶ୍ରମ ସଫଳତା ଆଣି ଦେଇଥାଏ। ଆତ୍ମବିଶ୍ବାସ ଓ ନିଷ୍ଠାର ସହ କାର୍ଯ୍ଯ କଲେ ନିଶ୍ଚୟ ସଫଳତା ମିଳିବ। ଅମୃତା କନ୍ଯାମାନକୁଂ ଉପଦେଶ ଦେବା ଛଳରେ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ଯାର ଅଗ୍ରଗତି ସହ ପାଦ ମିଶାଇ ଚାଲିବା ହିଁ ଆଜିର ଆହ୍ବାନ ବୋଲି ମତ ପ୍ରକାଶ ପାଇଥିଲା । ନାରୀଶିକ୍ଷା ଉପରେ ଗୁରୁତ୍ବ ଦେଉଥିବା ବର୍ତ୍ତମାନର ସରକାରକଂ ଆଭିମୁଖ୍ଯକୁ ଆଉପାଦେ ଆଗକୁ ନେଉଥିବାରୁ ଅମୃତା ଫାଉଣଡେସନ ପ୍ରଶଂସାର ପାତ୍ର ବୋଲି ଅନ୍ଯାନ୍ଯ ଅତିଥି ମତ ବ୍ଯକ୍ତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ସମସ୍ତ ୨୯ ଅମୃତା କନ୍ଯାକୁଂ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଛାତ୍ରୀମାନକଂ ଭିତରୁ ୫ ଜଣ ୯୦ ପ୍ରତିଶତ ନମ୍ବରରୁ ଉର୍ଦ୍ଧ ନମ୍ବର ରଖିଛନ୍ତି। +୨ ବିଜ୍ଞାନରେ ସଫଳ ହୋଇଥିବା ଏହି ଛାତ୍ରୀକଂ ଭିତରେ ଅଛନ୍ତି ସୁଶ୍ରୀ ସୌମ୍ଯା ପ୍ରିୟଦର୍ଶିନୀ ୯୬.୬% ଏବଂ ସୁଶ୍ରୀ ମାମାଲି ସାମଲ ୯୬% ଯିଏକି କ୍ରମାନ୍ବୟରେ ସ୍ବାମୀ ବିବେକାନନ୍ଦ ମହାବିଦ୍ଯାଳୟରେ ଛାତ୍ରାମାନକଂ ଭିତରେ ଏବଂ ମାମାଲି ସାମଲ ଆଦିକବି ସାରଳା ଦାସ ମହାବିଦ୍ଯାଳୟରେ ସର୍ବୋଚ ନମ୍ବର ରଖିଛନ୍ତି। ଏହା ସହିତ ମୋଟ 29 ଜଣ ଆଂବୃତା କନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ନିୟୁଜ 18 ଓଡ଼ିଆ ର ପ୍ରତିନିଧି ସରୋଜ ସାହୁ ଙ୍କୁ ଅମୃତା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Article Image
4