ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ନାୟୁ ରୋଗ ପୀଡିତକୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଲେ ବ୍ୟାସଫାଉଣ୍ଡେସନ ଅଧ୍ୟକ୍ଷା

ଏରସମା, 07/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ବାମଦେଇପୁରୁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡମୁଣ୍ଡ ଗ୍ରାମର ବିଚିତ୍ର ମଲ୍ଲିକଙ୍କ ପୁଅ ବିଶ୍ଵଜିତ ମଲ୍ଲିକ (୧୪) ହଠାତ ପୁଅ ଅସୁସ୍ଥ ହୋଇପଡ଼ିବା ସହିତ ମନକୁ ମନ କଥା ହେବା ଆରମ୍ଭ କରିଥିଲା।ଯାହା ଫଳରେ ବିଚିତ୍ର ବିଭିନ୍ନ ମେଡିକାଲକୁ ଯାଇ ଡାକ୍ତର ଦେଖାଇ ଜାଣିବାକୁ ପାଇଲେ ପୁଅକୁ ସ୍ନାୟୁ ରୋଗ ହୋଇଛି। ଅନେକ ଚେଷ୍ଟା କରି ବିଫଳ ହେବାପରେ ବାପା ଓ ମା' ଚିନ୍ତାରେ ପଡ଼ିଯାଇଥିଲେ। ବିଚିତ୍ର ଜଣେ ଦିନ ମଜୁରିଆ ଭାବେ ପରଘରେ କାମକରି ପରିବାର ପ୍ରତିପୋଷଣ କରନ୍ତି।ଆଖିରୁ ଦୁଇଟୋପା ଲୁହ ନିଗାଡ଼ି ଦେଇ ଅନବରତ ସେବା କରି ଚାଲିଛନ୍ତି ସେ'।ଖବର ପାଇଵା ପରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହ ମୟି ଆଚାର୍ଯ୍ୟ ଗଣ୍ଡମୁଣ୍ଡ ଗ୍ରାମରେ ପହଞ୍ଚି ବିଶ୍ଵଜିତର ସୁସ୍ଥତା ପାଇଁ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିରକୁ ନେବା ସହିତ ମେଡିକାଲ କୁ ନେଇ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଆଜି ସ୍ନେହମୟୀଙ୍କ ସହିତ ସମାଜସେବୀ ପ୍ରଶାନ୍ତ କୁମାର ସାମନ୍ତରାୟ,ଶରତ କୁମାର ଦାସ, ଅରୁଣା ସାମନ୍ତରାୟ ପ୍ରମୁଖ ପହଞ୍ଚି ଥିଲେ।
3