ପାରାଦୀପ, 07/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
୭ ଜୁନ : ପାରାଦୀପ କଲେଜ ଏନ୍ସିସି ଆଲୁମୁନି ଆସୋସିଏସନ୍ ପକ୍ଷରୁ ପାରାଦୀପ ବେଳାଭୂମିରେ ୧୦୦ତମ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭାରତୀୟ ସମୁଦ୍ର ତଟ ରକ୍ଷୀ ବାହିନୀର କମାଣ୍ଡାଣ୍ଟ ଶ୍ରୀ କୃଷ୍ଣକାନ୍ତ ଚୌବେ, ୮ ନମ୍ବର ୱାର୍ଡର ପାର୍ଷଦ ଶ୍ରୀ ଅଜିତ ଷଡ଼ଙ୍ଗୀ ଏବଂ ଏନ୍ସିସି ଆଲୁମୁନି ଉପଦେଷ୍ଟା ଲେଫ୍ଟନାଣ୍ଟ ଅକ୍ଷୟ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏନ୍ସିସି ଆଲୁମୁନି ଆସୋସିଏସନ୍ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ଉପସଭାପତି ବିବେକାନନ୍ଦ ମହାପାତ୍ର ଓ ବିକ୍ରମ ସିଂ ମହାରଣା, ସମ୍ପାଦକ ପଦ୍ମନାଭ ଦାସ, ସହ-ସମ୍ପାଦକ ନୀଳିମା ପ୍ରିୟଦର୍ଶିନୀ, ଅନାଦି ସେନାପତି, ହୃଦାନନ୍ଦ ନାଥ ଶର୍ମାଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ସୋମନାଥ ମହାପାତ୍ର, ଲିପୁନା ବାରିକ, ସନ୍ତୋଷ ମହାପାତ୍ର, ସୁଭାଶିଷ ତ୍ରିପାଠୀ, ଦୀପକ ଓଝା, ଜିତେନ୍ଦ୍ର ବାରିକ, ପିକୁନ ସେନାପତି, ଅରୁଣିମା ନାୟକ, ସୁଚରିତା ରାଉତ, ତେଜସ୍ୱିନୀ ଏବଂ ବହୁ ସଂଖ୍ୟକ ଏନ୍ସିସି କ୍ୟାଡେଟ ଓ ଆଲୁମୁନି ସଦସ୍ୟ ଉପସ୍ଥିତ ରହି ବେଳାଭୂମି ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ପଲିଥିନ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ, ବର୍ଜ୍ୟବସ୍ତୁର ସଠିକ ପୃଥକୀକରଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଏନ୍ସିସି ଆଲୁମୁନି ଆସୋସିଏସନ୍ “ରାଷ୍ଟ୍ର ସର୍ବପ୍ରଥମ” ଆଦର୍ଶକୁ ନେଇ ସମାଜ ଓ ପରିବେଶ ସେବାରେ ନିରନ୍ତର କାର୍ଯ୍ୟ କରିଆସୁଛି। ଗତ ୧୦୦ ରବିବାର ଧରି ବେଳାଭୂମି ସଫେଇ, ବାର୍ଷିକ ରକ୍ତଦାନ ଶିବିର ମାଧ୍ୟମରେ ୧୧୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ, ନିଶା ନିବାରଣ ସଚେତନତା, ଗ୍ରୀଷ୍ମ ପ୍ରବାହ ସମୟରେ ଦହିପାଣି ବଣ୍ଟନ, ପକ୍ଷୀଙ୍କ ପାଇଁ ଜଳପାତ୍ର ଓ ଖାଦ୍ୟପାତ୍ର ସ୍ଥାପନ, ସଡ଼କ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା ଭଳି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଚଳାଇ ଆସୁଛି।
ଭବିଷ୍ୟତରେ ମଧ୍ୟ ଏଭଳି ଜନହିତୈଷୀ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭାପତି ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।