ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ଵୟଂ ସହାୟିକା ଗୋଷ୍ଠୀର ଅର୍ଥ ଆତ୍ମସାତ ଅଭିଯୋଗ

ଏରସମା, 07/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )
Article Image
ଏରସମା ବ୍ଲକ୍ କୁଞ୍ଜ କୋଠି ପଞ୍ଚାୟତ ଅନ୍ତର୍ଗତ ନୂଆ ରତନପୁର ଗ୍ରାମର ୫ ଟି ସ୍ବୟଂ ସହାୟିକା ଗୋଷ୍ଠୀର ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ସି ଆର ପି ଆତ୍ମସାତ କରିଥିବାର ଅଭିଯୋଗ ହୋଇଛି।ଏ ସମ୍ପର୍କରେ ସାହାଡେଇ ଆଞ୍ଚଳିକ ମଞ୍ଚ ସାହାଡାମଠ(ନୂଆ ରତନପୁର)ର ସଭାନେତ୍ରୀ ଇତିଶ୍ରୀ ରାଉତ ଓ ବିଭିନ୍ନ ସ୍ଵୟଂ ସହାୟୀକା ଗୋଷ୍ଠୀର କର୍ମକର୍ତ୍ତା ସରୋଜିନୀ ମହାପାତ୍ର,ସଞ୍ଜୁଲତା ପରିଡା,ଖୁଲଣା ନାୟକ ଓ ଇନ୍ଦୁମତି ନାୟକ,ବେଙ୍ଗ ଲତା ସ୍ଵାଇଁ,ଅନସୂୟା ସ୍ବାଇଁ,ଟୁନିଲତା ମହାପାତ୍ର,ଝୁନାବାଳା ନାୟକ, ମମତା ମହାପାତ୍ର,ଉଷାରାଣୀ ସାହୁ,ରୁନିଲତା ସାହୁ ଓ ରୀତା ସାହୁ ପ୍ରମୁଖ ଶୁକ୍ରବାର ଏରସମା ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗରୁ ଜଣାପଡ଼ିଛି,ସଂଗ୍ରାମୀ ଏସ୍ ଏଚ ଜି, ନେତାଜୀ ଏସ୍ ଏଚ ଜି,ସ୍ୱାଧୀନ ଏସ୍ ଏଚ ଜି,ବାଜିରାଉତ ଏସ୍ ଏଚ ଜି ଓ ଗାଦି ମହାପୁରୁଷ ଏସ୍ ଏଚ ଜି ସଦସ୍ୟା ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ କରି,ବ୍ୟାଙ୍କ୍ ମାଧ୍ୟମରେ ମହାସଂଘ ଆକାଉଣ୍ଟରେ ପୈଠ ନକରି ନିଜେ ସି ଆର ପି ଆତ୍ମସାତ କରିଛନ୍ତି।ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ସି ଆର ପି ଟଙ୍କା ଆତ୍ମସାତ କରିଥିବାର ସ୍ଵିକାର କରିବା ସହିତ,ଉକ୍ତ ଟଙ୍କାକୁ ପର୍ଯ୍ୟାୟ କ୍ରମେ ପରିଶୋଧ ପାଇଁ ଦୁଇ ମାସ ସମୟ ନେଇଥିଲେ ମଧ୍ୟ ଦିନ ଗଡେଇ ଚାଲିଛନ୍ତି।ଟଙ୍କା ପରିଶୋଧ ନକରି ଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ହେବ ସେ' ଗାଁ ଛାଡି ପରିବାର ସହିତ ଅନ୍ୟ କୈାଣସି ଅଞ୍ଚଳରେ ରହୁଛନ୍ତି।ଟଙ୍କା ପରିଶୋଧ ପାଇଁ ତାଙ୍କ ସହିତ ଫୋନରେ ଯୋଗାଯୋଗ କରିବାରୁ ସେ' ବିଭିନ୍ନ ଧମକ ଚମକ ଦେଉଥିବାର ଅଭିଯୋଗରେ ଦର୍ଶାଯାଇଛି।
Article Image
4