ଏରସମା, 07/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

୫/୬ ଏରସମାରର ଅଗ୍ରଣୀ ଅନୁଷ୍ଠାନ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବାତ୍ୟା ଆଶ୍ରୟ କେନ୍ଦ୍ର କଢ଼ାକଣ ଗ୍ରାମ ମଧ୍ୟରେ ପୂବର୍ତନ ପଞ୍ଚାୟତ ସମିତି ଉପ।ଦକ୍ଷ ରାମଚନ୍ଦ୍ର ମୁଦୁଲି ଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାନନ ବାବୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସମାଜସେବୀ ଶଶିଭୂଷଣ ସ୍ୱାଇଁ ଏରସମା ପରି ବାତ୍ୟା ବିପନ୍ନ ଅଞ୍ଚଳରେ ବୃକ୍ଷ ରୋପଣ ଓ ବୃକ୍ଷ ସଂରକ୍ଷଣ ଗୁରୁତ୍ୱ ଦେଇଥିଲେ। ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ପରିବେଶ ପ୍ରଦୂଷଣ ବିରୁଦ୍ଧରେ ଆସ ଆମେ ସବୁଜ ହେବା ପାଇଁ ଆହ୍ୱାନ ଦେଇ ପ୍ରତେକ ବ୍ୟକ୍ତି ଗୋଟିଏ ଲେଖା ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ । ସମାଜସେବୀ ପ୍ରଶାନ୍ତ କୁମାର ସେଠୀ ବିଭିନ୍ନ ଚାରା ରୋପଣ ଅବସରରେ ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଥିଲେ।ଋତୁ ପରିବର୍ତ୍ତନ କେବଳ ବୃକ୍ଷର ସାନ୍ଦ୍ରତା ଉପରେ ହିଁ ନିର୍ଭର କରେ l ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷ ରୋପଣ ପାଇଁ ଯୁବପିଢ଼ିକୁ ଉତ୍ସାହିତ କରିବାକୁ ହେବ l ଯୁବଗୋଷ୍ଠୀଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଭ୍ୟ ଉପସ୍ଥିତ ହୋଇ ବୃକ୍ଷ ରୋପଣ ଏବଂ ତାହାର ସୁରକ୍ଷା ନିମିତ୍ତ ପ୍ରତିଶୃତିବଦ୍ଧ ହୋଇଥିଲେ। ବୃକ୍ଷ ପ୍ରେମୀ,ଛାତ୍ର ଛାତ୍ରୀ ଓ କଢ଼ାକଣ ଗ୍ରାମର ମୁରବି ମାନେ ବହୁତ ସଂଖ୍ୟାରେ ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମଥୁରୀ ସେଠି ସମସ୍ତୁଙ୍କୁ ଧନ୍ୟ ବାଦ ଦେଇ ସଭା ସାଙ୍ଗ କରିଥିଲେ।