ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ସରପଞ୍ଚ ଙ୍କ ଦ୍ଵାରା ରଙ୍ଗିଆଗଡ଼ ଠାରେ ଆମ୍ବେଦକର କୋଠ ଘର ଉଦଘାଟିତ l

ପାରାଦୀପ ଗଡ , 07/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା: ୦୭.୦୬.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା , କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତର ରଙ୍ଗିଆଗଡ଼ ଠାରେ ନୂତନ ଭାବେ ନିର୍ମିତ ବାବା ସାହେବ୍ ଆମ୍ବେଦକର କୋଠ ଘର କୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି l ଦୀର୍ଘ ବର୍ଷ ହେବ ଉକ୍ତ ଗ୍ରାମର ଯୁବକ ମାନେ ବାବା ସାହେବ୍ ଆମ୍ବେଦକର ଙ୍କ ନାମରେ ଏକ କୋଠ ଘର ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ l ମାତ୍ର ତାହା ସମ୍ଭବ ହୋଇ ପାରୁ ନଥିଲା l ଗତ କିଛି ମାସ ପୂର୍ବରୁ ଉକ୍ତ ଗ୍ରାମର ଯୁବକ ମାନେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଭେଟି ଏହାର ନିର୍ମାଣ ପାଇଁ ଅନୁରୋଧ କରିଥିଲେ l ଫଳରେ ସରପଞ୍ଚ ଶ୍ରୀମତୀ ବେହେରା ଏହାର ନିର୍ମାଣ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଅନୁଦାନ ପ୍ରଦାନ ପରେ ଯୁବକ ମାନେ ନିଜ ଶ୍ରମ ରେ ଦିନ ରାତି ଲାଗି ଏକ ସୁନ୍ଦର କୋଠ ଘର ନିର୍ମାଣ କରିବା ପରେ ଆଜି ଏହାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଗଲା l ସରପଞ୍ଚ ଙ୍କ ଏହାରି ଜନ ହିତକର କାର୍ଯ୍ୟ ପାଇଁ ରଂଗିଆଗଡ ଗ୍ରାମ ର ଯୁବକ ମାନେ କୃତଜ୍ଞତା ଜଣାଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ନିରଞ୍ଜନ ପରିଡ଼ା, ଅଞ୍ଜନ ମଲ୍ଲିକ, ସତ୍ୟରଞ୍ଜନ ମଲ୍ଲିକ, ଶୁଭେନ୍ଦୁ ମଲ୍ଲିକ, ମଳୟ ବେହେରା, ଜଗନ୍ନାଥ ମଲ୍ଲିକ, ହରିହର ମଲ୍ଲିକ, ଶୁକଦେବ ମଲ୍ଲିକ, ସଦାନନ୍ଦ ମଲ୍ଲିକ, ସାଗର ମଲ୍ଲିକ, ଶିଶିର ମଲ୍ଲିକ, ବିକାଶ ମଲ୍ଲିକ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ବିଚିତ୍ର ପ୍ରଧାନ, ପ୍ରଭାତ ସାହୁ ପ୍ରମୁଖ ଯୋଗଦେଥିଲେ l
Article Image
3