ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ରେ ଜିଲ୍ଲା ପ୍ରସାଶନ ଓ ଓରମାସ୍ ପକ୍ଷରୁ ଆମ୍ବ ମେଳା ଉଦ୍ଘାଟିତ

ଢେଙ୍କାନାଳ, 09/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) ୦୮ ଜୁନ ୨୦୨୬:
Article Image
ଗ୍ରାମାଞ୍ଚଳର ଆମ୍ବ ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା, ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଦୂର କରିବା ଏବଂ ଉପଭୋକ୍ତାମାନଙ୍କୁ ୧୦୦ ପ୍ରତିଶତ ପ୍ରାକୃତିକ ଭାବେ ପାଚିଥିବା ସତେଜ ଆମ୍ବ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓରମାସ୍, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ ନିକଟ, ଢେଙ୍କାନାଳ ଠାରେ ଏକ ଆମ୍ବ ମେଳାର ଆୟୋଜନ କରାଯାଇଛି।
Article Image
ଏହି ଆମ୍ବ ମେଳାକୁ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଢେଙ୍କାନାଳ ଶ୍ରୀମତୀ ସୈ।ଦାମିନୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ, ଢେଙ୍କାନାଳ ଶ୍ରୀ ସୁବଳ କୁମାର ଜେନାମଣି ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ମିଶନର ଶକ୍ତି, ଢେଙ୍କାନାଳ ଶ୍ରୀମତୀ ଶେଫାଳୀ ସ୍ୱାଗତିକା, ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ, ଢେଙ୍କାନାଳ ଶ୍ରୀ ମଳୟ ରଞ୍ଜନ ନାୟକ ତଥା ଓରମାସ୍, ଢେଙ୍କାନାଳ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
Article Image
ଓରମାସ, ଢେଙ୍କାନାଳ ଦ୍ୱାରା ଗଠିତ ଦୁଇଟି କୃଷକ ଉତ୍ପାଦକ ସଂଗଠନ (FPO) ଏବଂ ଦୁଇଟି ଉତ୍ପାଦକ ଗୋଷ୍ଠୀ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି। ଏହି FPO ଅନ୍ତର୍ଗତ ଆମ୍ବ ଚାଷୀମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କିସମର ଆମ୍ବ ଯଥା ଅମ୍ରପାଲୀ, ଦଶେରୀ, ବାଇଗଣପଲ୍ଲୀ, ଲେଙ୍ଗଡ଼ା ଓ ମଲ୍ଲିକା ପ୍ରଭୃତି ମେଳାରେ ବିକ୍ରୟ କରୁଛନ୍ତି। ଏଥି ସହିତ ଆମ୍ବରୁ ତିଆରି ପଣା ଓ ବିଭିନ୍ନ ପ୍ରକାର ର ଆଚାର ମଧ୍ୟ ଉକ୍ତ ମେଳା ରେ ଉପଲବ୍ଧ ହେଉଛି। ଏହି ମେଳା ମାଧ୍ୟମରେ ଚାଷୀମାନେ ସେମାନଙ୍କ ଉତ୍ପାଦର ନ୍ୟାୟସଙ୍ଗତ ମୂଲ୍ୟ ପାଇପାରିବେ ଏବଂ ସ୍ଥାନୀୟ ଉପଭୋକ୍ତାମାନେ ଏକ ସ୍ଥାନରେ ବିଭିନ୍ନ ଚାହିଦା ସମ୍ପନ୍ନ ଆମ୍ବ କିଣିବାର ସୁବିଧା ପାଇବେ। ଏହା ସହିତ ମଧ୍ୟସ୍ଥଙ୍କ ଭୂମିକାକୁ ହ୍ରାସ କରି ଗ୍ରାମୀଣ ଚାଷୀମାନଙ୍କ ଆୟ ବୃଦ୍ଧି ଏବଂ ଉପଭୋକ୍ତାଙ୍କୁ ସିଧାସଳଖ ଫାର୍ମରୁ ସତେଜ ଓ ପ୍ରାକୃତିକ ଭାବେ ପାଚିଥିବା ଆମ୍ବ ଯୋଗାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆମ୍ବ ମେଳା ୦୮ ଜୁନ ୨୦୨୬ ଠାରୁ ୧୨ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାବାସୀଙ୍କୁ ଏହି ମେଳା ପରିଦର୍ଶନ କରି ସ୍ଥାନୀୟ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଉତ୍ତମ ଗୁଣବତ୍ତାର ଆମ୍ବ କ୍ରୟ କରିବାକୁ ଓରମାସ, ଢେଙ୍କାନାଳ ପକ୍ଷରୁ ଅନୁରୋଧ କରାଯାଇଛି।
5