ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରୋଟାରୀ ଡିଷ୍ଟ୍ରିକ ୩୨୬୨ର ଗଭର୍ଣ୍ଣରଙ୍କ କ୍ଳବ ପରିଦର୍ଶନ l

ପୁରୀ , 09/06/2026, ଉତ୍କଳ voice news - utkalvoicenews.comବିଶ୍ବର ସର୍ବବୃହତ ସଂଭ୍ରାନ୍ତ ସେବାମୂଳକ ସଂଗଠନ ରୋଟାରୀ ଇଣ୍ଟରନ୍ୟାସନାଲ ର ଅନୁମୋଦନ ରେ ୧୯୬୯ ମସିହାରେ ପୁରୀସହର ରେ ପ୍ରତିଷ୍ଠିତ ପୁରୀ ରୋଟାରୀ କ୍ଲବ ରେ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଙ୍କ କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ଗତକାଲି ସଂଧ୍ୟାରେ ପୁରୀକ୍ଲବ ର ସମ୍ମିଳନୀ କକ୍ଷରେ ଅତ୍ୟନ୍ତ ଉତ୍ସାହଜନକ ବାତାବରଣ ମଧ୍ୟରେ ସଂପନ୍ନ ହୋଇଛି। କ୍ଲବର ସଭାପତି ରତିକାନ୍ତ ନାୟକ ଙ୍କ
Article Image
ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ କୁ ପ୍ରାକ୍ତନ ସଭାପତି ଦେବୀପ୍ରସନ୍ନ ନନ୍ଦ ସଂଯୋଜନା କରିଥିଲେ। କ୍ଲବ ଆସେମ୍ବ୍ଲି ପରେ ପରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ, ରୋଟାରୀ ର ପ୍ରତିଷ୍ଠାତା ଯୋଗଜନ୍ମା ପଲ୍ ହ୍ୟାରିସ୍ ଫଟୋଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ ଏବଂ ସାମୂହିକ ଜାତୀୟ ସଙ୍ଗୀତ ଗାନ ପରେ ସାଧାରଣ ସଭା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଚାଟାର୍ଡ଼ ଆକାଉଣ୍ଟାଣ୍ଟ ବିଭୁପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭାପତି ଶ୍ରୀ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିବରଣୀ ପ୍ରଦାନ କରି ୫୭ ବର୍ଷର ଐତିହ୍ୟ ସଂପନ୍ନ ପୁରୀ ରୋଟାରୀ କ୍ଲବ ପକ୍ଷରୁ ଚଳିତ ବର୍ଷ ଗ୍ରହଣ କରାଯାଇଥିବା ବିଭିନ୍ନ ସେବା-ସଦିଚ୍ଛା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏବେ କଟକସ୍ଥ ଜେପିଏମ୍ ରୋଟାରୀ ଚକ୍ଷୁଚିକିତ୍ସାଳୟ ର ସହଯୋଗରେ କ୍ଲବ ପକ୍ଷରୁ କ୍ଲବର ନିଜସ୍ବ ଗୃହ ରୋଟାରୀ ଭବନ ପରିସରରେ ନିୟମିତ ଚକ୍ଷୁ ପରୀକ୍ଷା କେନ୍ଦ୍ର ଚାଲୁ ରହିଥିବା ବେଳେ କ୍ଲବ ମାଧ୍ୟମରେ ମାଗଣାରେ ଅନେକ ଗରିବ ରୋଗୀ ଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଏହା ସମେତ ନିୟମିତ ଯୋଗ ପ୍ରଶିକ୍ଷଣ, ଦାତବ୍ୟ ହୋମିଓପ୍ୟାଥିକ ଚିକିତ୍ସାଳୟ ମଧ୍ୟ କାର୍ଯ୍ୟକରୁଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳା ଓ ବାଳିକା ମାନଙ୍କୁ କଂପ୍ବୁଟର ଓ ସିଲେଇ ବିଷୟରେ ଶିକ୍ଷାଦାନ କରି ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଉତ୍ଥାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେଥିପାଇଁ ରୋଟାରୀ ଭବନରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସମେତ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ଶିବିର ର ଆୟୋଜନ ଏବଂ ପ୍ରମୁଖ ସ୍ଥାନରେ ଆକ୍ବାଗାର୍ଡ ସ୍ଥାପନ କ୍ଲବ ଦ୍ବାରା କରାଯାଇଛି। ନିଜର ବକ୍ତବ୍ୟରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଶ୍ରୀ ମହାପାତ୍ର ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଆସିଥିବା ପୁରୀ ରୋଟାରୀ କ୍ଲବ ଚଳିତ ବର୍ଷ ମଧ୍ୟ ରୋଟାରୀ ର ଧ୍ୟେୟ ବାକ୍ୟ 'ନିଜଠାରୁ ଉର୍ଦ୍ଧ୍ଵ ରେ ସେବା' କୁ ସଠିକ ଭାବେ ପାଳନ କରିଛି ବୋଲି କହିଥିଲେ। ନିଜର ବକ୍ତବ୍ୟରେ ମୁଖ୍ୟଅତିଥି ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ତ୍ରିପାଠୀ ସେବା ସହ ରୋଟାରୀ ର ଭାବମୂର୍ତ୍ତି କୁ ସର୍ବସାଧାରଣ ରେ ପ୍ରକାଶ କରିବା ଓ ଅଧିକ ରୁ ଅଧିକ ବ୍ୟକ୍ତି ଙ୍କୁ ରୋଟାରୀ ରେ ଯୋଗଦେବା ପାଇଁ ଆକର୍ଷିତ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ର ପ୍ରଚାର ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ କ୍ଲବ ମୁଖପତ୍ର ନୀଳଚକ୍ର ର ସ୍ବତ୍ତ୍ବନ୍ତ୍ର ସଂଖ୍ୟା କୁ ଉନ୍ମୋଚିତ କରିବା କଳା, ସାହିତ୍ୟ ଏବଂ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟକରୁଥିବା ଚାରି ଜଣ ପ୍ରତିଭାଧର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ରୋଟାରିଆନ୍ ମାନଙ୍କ ଦ୍ବାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ କ୍ଲବର ପ୍ରାକ୍ତନ ସଭାପତି ବିଜୟ କୁମାର ପତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସଂଖ୍ୟାଧିକ ରୋଟାରିଆନ୍, ସେମାନଙ୍କ ପରିବାରବର୍ଗ, ଅତିଥି ଓ ପୁରୀ ଇନରହ୍ବିଲ୍ ର ସଂଖ୍ୟାଧିକ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାକ୍ତନ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଜୟ ଦାସଗୁପ୍ତା, ନାରାୟଣ ଦାଶ, ବଦ୍ରୀନାରାୟଣ ପାତ୍ର, ସନ୍ତୋଷକୁମାର ଲେଙ୍କା ଓ କୃଷ୍ଣଚନ୍ଦ୍ର ପାତ୍ର, ପ୍ରାକ୍ତନ ସଂପାଦକ ଶୈଳେଶ କୁମାର ବେହେରା ଏବଂ ଇନରହ୍ବିଲ୍ କ୍ଲବର ପ୍ରାକ୍ତନ ସଭାନେତ୍ରୀ ଅଳକାନନ୍ଦା ଦାଶ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
4