କୁଜଙ୍ଗ / ସାଇଲୋ , 09/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତ ହିତରଣା ଗ୍ରାମର ସୌମ୍ୟ ରଞ୍ଜନ ମହାନ୍ତି ଏବଂ ଅର୍ଦ୍ଧିତା ମହାନ୍ତିଙ୍କ ସୁପୁତ୍ର ଅଭ୍ୟାଂଶ ସିଦ୍ଧିକ ମହାନ୍ତି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ଭାରତୀୟ ସ୍ତରରେ ୨ ବର୍ଷ ୭ ମାସ ବୟସରେ ସେ ଏହି ସଫଳତା ହାସଲ କରିଛନ୍ତି । ୩୬ ଗୃହ ପାଳିତ ପଶୁ, ୨୫ ଫୁଲର ନାମ, ୨୨ ପନିପରିବା, ୧୮ ଆକୃତି, ୨୦ ନେତା, ୧୭ ପ୍ରକାର କାର୍ଯ୍ୟକଳାପ, ୩୨ ଶରୀରର ଅଂଶ ପ୍ରଭୃତି ଆବୃତ୍ତି କରିଥିଲେ । ଏଥି ପାଇଁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ତାଙ୍କୁ ଟ୍ରଫି, ମେଡାଲ, ମାନପତ୍ର, ଏବଂ ଅନ୍ୟାନ୍ୟ ଶିକ୍ଷା ଭିତ୍ତିକ ସାମଗ୍ରୀ ପ୍ରଦାନ କରାଯାଇଛି । ଅଭ୍ୟାଂଶ ସିଦ୍ଧିକ ମହାନ୍ତି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ରେ ନିଜ ନାମ ଲିପିବଦ୍ଧ କରିବା ସହିତ ନିଜ ଗ୍ରାମ ଏବଂ ଜିଲା ପାଇଁ ଗୌରବ ଆଣିଛନ୍ତି ।