ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜମହୋତ୍ସବରେ ସୋଲ ଦନା ଓ ପଲିଥିନ ବ୍ୟବହାର ନେଇ ଉଦବେଗ,ପ୍ରଶାସନର ହସ୍ତକ୍ଷେପ ଦାବି

ପାରାଦୀପ, 09/06/2026, ଉତ୍କଳ voice news - utkalvoicenews.comଶିଳ୍ପଭିତ୍ତିକ ବନ୍ଦର ନଗରୀ ପାରାଦୀପ ଉପରେ ଲକ୍ଷ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ପରିବାର ଓ ବନ୍ଧୁବର୍ଗଙ୍କ ସହ ସମୟ ବିତାଇବା ସହ ମନୋରଞ୍ଜନ ପାଇଁ ପ୍ରତିଦିନ ଅନେକ ଲୋକ ପାରାଦୀପ ସମୁଦ୍ର ବେଳାଭୂମିକୁ ଆସୁଥାନ୍ତି। ବେଳାଭୂମିରେ ଅନୁଷ୍ଠିତ ବିଭିନ୍ନ ମେଳା ଓ ମହୋତ୍ସବ ସ୍ଥାନୀୟ ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ରୋଜଗାରର ସୁଯୋଗ ଦେଇଥାଏ, ଯାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ।
Article Image
ତେବେ ବର୍ତ୍ତମାନ ବେଳାଭୂମିରେ ଚାଲିଥିବା ରଜମହୋତ୍ସବରେ ବିପୁଳ ପରିମାଣର ସୋଲ (ଥର୍ମାକୋଲ) ଦନା ଏବଂ ଏକକ ବ୍ୟବହୃତ ପଲିଥିନ ବ୍ୟବହାର ଦେଖିବାକୁ ମିଳୁଥିବାରୁ ପରିବେଶବିତ୍ତ ଓ ସଚେତନ ନାଗରିକମାନେ ଉଦବେଗ ପ୍ରକାଶ କରିଛନ୍ତି। ଅନେକ ବ୍ୟବସାୟୀ ଶସ୍ତା ଦରରେ ଉପଲବ୍ଧ ହେଉ ଥିବା ଥର୍ମାକୋଲ ଦନାରେ ଗରମ ଖାଦ୍ୟ ପରିବେଷଣ କରୁଥିବା ବେଳେ, ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ଭାବେ ବିପଦ ସୃଷ୍ଟି କରୁଛି। ବିଶେଷକରି ଶିଶୁମାନେ ଏହାର ଅଧିକ ପ୍ରଭାବରେ ପଡ଼ିପାରନ୍ତି। ପରିବେଶବିତ୍ତ ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି ଯେ, “ପ୍ରଶାସନିକ କର୍ମଚାରୀ ମାସ ଶେଷରେ ଦରମା ପାଇ ଖୁସି, ବ୍ୟବସାୟୀ ବ୍ୟବସାୟ କରି ଲାଭବାନ, ଏବଂ ଗ୍ରାହକ ମୁହୂର୍ତ୍ତିକ ସୁଖ ପାଇଁ ଗରମ ଖାଦ୍ୟ ଉପଭୋଗ କରୁଛନ୍ତି। କିନ୍ତୁ ଆମେ ଭୁଲିଯାଉଛୁ ଯେ ଏହି ଅବହେଳା ଆମ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଦୀର୍ଘମିଆଦି ପ୍ରଭାବ ପକାଉଛି।” ସେ ଆହୁରି କହିଛନ୍ତି ଯେ, ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏବଂ କ୍ୟାନ୍ସର, ହୃଦରୋଗ ଭଳି ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପଛରେ ଆମର ଦୈନନ୍ଦିନ ଅସଚେତନତା ମଧ୍ୟ ଏକ ପ୍ରମୁଖ କାରଣ। ତେଣୁ ପ୍ରଶାସନ ମେଳା ଆୟୋଜନ ପୂର୍ବରୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ବନ୍ଧୀୟ କଡ଼ା ନିୟମ ଲାଗୁ କରିବା ସହ ସୋଲ ଦନା ଓ ଏକକ ବ୍ୟବହୃତ ପଲିଥିନ ଉପରେ ନଜରଦାରି ବଢ଼ାଇବା ଆବଶ୍ୟକ। ସେ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ଡଷ୍ଟବିନ ବ୍ୟବହାର କରିବା, ପରିବେଶ ଅନୁକୂଳ ସାମଗ୍ରୀ ଆପଣାଇବା ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ଥର୍ମକୋଲ(ସୋଲ ଦନା )ବର୍ଜନ କରିବା ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇପାରିବ।
5