ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର, 10/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାରେ ପ୍ରଶାସନିକ ସ୍ତରରେ ଅଣଦେଖା କରାଯାଉ ଥିବା ଅଭିଯୋଗ ହୋଇଛି । ଆଜି ଜଗତସିଂହପୁର ଜିଲ୍ଲାରେ ଥିବା 8ଟି ବ୍ଲକ ରେ ଥିବା ବିଭିନ୍ନ ପଂଚାୟତ ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହୋଇଛି । ଆଜି ବାଲିକୁଦା-ଏରସମା ବିଧାୟକ ଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ ଓ ସମିତି ସଭ୍ୟ ସଭ୍ୟା ଓ ସେହିପରି ବିଭିନ୍ନ ପଂଚାୟତ ର ସରପଂଚ ମାନେ ଆଜି ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ପଂଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ଏପରିକି କାର୍ଯ୍ୟାଦେଶ ବଣ୍ଟନ ମଧ୍ୟ ସଠିକ ଭାବେ ନ ହେବା ଫଳରେ ବିଗତ ଦିନରେ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ରେ ପଂଚାୟତ ସମିତି ଅଧ୍ୟକ୍ଷ ଙ୍କ ବହୁ ସରପଂଚ ସମିତି ସଭ୍ୟ ମାନେ ଦୁଇ ଦିନ ଧାରଣାରେ ବସିଥିଲେ । ତେଣୁ ବର୍ତ୍ତମାନ ଜିଲ୍ଲାର୍ ସମସ୍ତ 8ଟି ବ୍ଲକ ରେ ସମାନ ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରତିବାଦ ରେ ଆଜି ବିଜେଡି ପକ୍ଷରୁ ବିଧାୟକ ସାରଦା ଜେନା ଙ୍କ ସହିତ ବହୁ ଲୋକ ପ୍ରତିନିଧିମାନେ ମାନେ ଜିଲ୍ଲାପାଳ ସହ ଆଲୋଚନା କରାଯିବା ସହିତ ଜିଲ୍ଲାପାଳ ଠାରୁ ପ୍ରତିଶ୍ରୁତି ମିଳିଛି । ତେବେ ଆଗମୀ ଦିନରେ ପଂଚାୟତ ପ୍ରତିନିଧି ମାନଙ୍କୁ ଯଦି ଅଣଦେଖା କରାଯାଏ ତେବେ ସାରା ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ବିଧାୟକ କହିଛନ୍ତି ।
3