ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ପୌରପାଳିକାର ଚଢ଼ାଉ,୧୮ ଦୋକାନୀଙ୍କୁ ଜୋରିମାନା

ପାରାଦୀପ, 10/06/2026, ଉତ୍କଳ voice news - utkalvoicenews.comପାରାଦୀପ ବେଳାଭୂମିରେ ଚାଲିଥିବା ରଜ ମହୋତ୍ସବରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ସୋଲ (ଥର୍ମାକୋଲ) ଦନା ବ୍ୟବହାର ବିରୋଧରେ ପାରାଦୀପ ପୌରପାଳିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ପୌରପାଳିକାର ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନରେ ବିପୁଳ ପରିମାଣର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ସୋଲ ଦନା ଜବତ କରାଯିବା ସହ ୧୮ ଜଣ ଦୋକାନୀଙ୍କ ଠାରୁ ପ୍ରାୟ ୬,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
Article Image
ପୌରପାଳିକା ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଭବିଷ୍ୟତରେ ଯଦି ପୁନର୍ବାର ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରାଯାଏ, ତେବେ ଅଧିକ ଜରିମାନା ଲାଗୁ କରାଯିବା ସହ ମେଳାରେ ଦୋକାନ ପକାଇବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯିବ ନାହିଁ। ଏହି ଚଢ଼ାଉ ଅଭିଯାନ ପାରାଦୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଟିମ୍‌ ଦ୍ୱାରା ପରିଚାଳିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଗତକାଲି ପରିବେଶବିତ୍ତ ତଥା ପାରାଦୀପ କଲେଜ ଏନ୍‌ସିସି ଆଲୁମୁନି ଆସୋସିଏସନର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର ବେଳାଭୂମିରେ କିଛି ଦୋକାନୀଙ୍କ ଦ୍ୱାରା ସୋଲ ଦନା ଓ ପ୍ଲାଷ୍ଟିକ ସାମଗ୍ରୀରେ ଗରମ ଖାଦ୍ୟ ପରିବେଷଣ କରାଯାଉଥିବା ଦେଖି ସେମାନଙ୍କୁ ବାରଣ କରିବା ସହ ପୌରପାଳିକା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କ ଟିମ୍‌କୁ ଘଟଣାସ୍ଥଳକୁ ପଠାଇଥିଲେ। ଅଭିଯାନ ସମୟରେ ପ୍ରାୟ ୨୦୦ରୁ ୨୫୦ କିଲୋଗ୍ରାମ ପର୍ଯ୍ୟନ୍ତ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିଥିବାରୁ ଶ୍ରୀ ପଣ୍ଡା, ଅମ୍ବିକା ପ୍ରସାଦ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ବ୍ୟବସାୟୀ, ଆୟୋଜକ ଓ ସାଧାରଣ ଜନତାଙ୍କୁ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଥିଲେ।
4