ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ କଂଗ୍ରେସ୍ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦ୍ଘାଟିତ ।

ଢେଙ୍କାନାଳ, 10/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ଅଦ୍ୟ ତା ୯.୬.୨୬ ରିଖ :
Article Image
ଢେଙ୍କାନାଳ ତହସିଲ୍ ଅଫିସ୍ ସମ୍ମୁଖରେ ଅବସ୍ଥିତ କଂଗ୍ରେସ ପଡ଼ିଆ ରେ ଢେଙ୍କାନାଳ ବାଣିଜ୍ୟ ମେଳା ହୋଇଯାଇଅଛି। କଂଗ୍ରେସ ର ବରିଷ୍ଠ ସଦସ୍ୟ ଶ୍ରୀ ରୁଦ୍ର ପ୍ରକାଶ ସରଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ନୁରୁଲ୍ ଇସଲାମ୍, ପୁରାତନ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାମଲ୍, ଟାଉନ୍ ସଭାପତି ବିକାଶ କୁମାର ସ୍ୱାଇଁ, ମହିଳା ଉପସଭାନେତ୍ରୀ ରୁମେନା ବେଗମ୍ ଉପସ୍ଥିତ ଥିଲେ।ଏହି ମେଳା ଟି ତା ୮.୬.୨୬ ରୁ ଆରମ୍ଭ ହୋଇ ୨୨.୬.୨୬ ରିଖ ଯାଏଁ ଚାଲିବ ବୋଲି ମେଳାର ମାଲିକ ଇକବାଲ୍ ଖାଁ ସୂଚନା ପ୍ରଦାନ କରିଛନ୍ତି। ରଜ ପାଇଁ ସହର ବାସୀଙ୍କ ପାଇଁ ଏହି ମେଳା ଖୁବ୍ ଉପଯୋଗୀ ହେବ ବୋଲି ଲୋକ ମାନଙ୍କ ମଧ୍ୟରେ ଆଲୋଚନା ହେଉଅଛି।
4