କୁଜଙ୍ଗ, 03/12/2024, ଉତ୍କଳ voice news - utkalvoicenews.comହଜିଗଲା ମାନବିକତା,ପରିଣତ ବୟସରେ ୮୦ବର୍ଷୀୟ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଲେ ପୁଅ,ବୋହୂ।ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ଅଭିଯୋଗ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ଦେଲେ ନିର୍ଦେଶ।ଥଇଥାନ କରିବା ପାଇଁ ଦେବଦୂତ ସାଜିଲେ କୁଜଙ୍ଗ ଥାନା ଅଧିକାରୀ ଓ ବ୍ୟାସ ଫାଉଣ୍ଡେସନ କତୃପକ୍ଷ।ଘରକୁ ବୃଦ୍ଧ ବାପା ଆସୁଛି ଶୁଣି ଘରେ ତାଲା ପକାଇ ଚମ୍ପଟ ମାରିଲେ ପୁଅ,ବୋହୂ।ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ୧୦ନଂ ୱାଡ଼ ବାରିକ ସାହିରେ।ତେବେ କଙ୍କରଦିଆ ଗ୍ରାମର ୮୦ବର୍ଷୀୟ ବୃଦ୍ଧ ଶୁକ ବାରିକଙ୍କୁ ତାଙ୍କର ଏକ ମାତ୍ର ହତଭାଗ୍ୟ ପୁଅ ଗୋପି ବାରିକ ଓ ବୋହୁ ହୁଣ୍ଡି ବାରିକ ଅକଥନୀୟ ଅତ୍ୟାଚାର କରିବା ସହ ମାନସିକ ନିର୍ଯ୍ୟାତନା ଦେଇ ମାଡ ମାରି ଘରୁ ବାହାର କରିଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶରେ ବାପାର ଘର ବାହୁଡା଼ ଶୁଣି ପୁଅ,ବୋହୂ ଘରେ ତାଲା ପକାଇ କେଉଁ ଆଡେ଼ ଚମ୍ପଟ ମାରିଥିବା ବେଳେ ନିରୁପାୟ ହୋଇ ଭୋକ ଉପାସରେ ଘର ବାରଣ୍ଡାରେ ବସିଥିବା ପ୍ରକାଶ କରିଛନ୍ତି ବୃଦ୍ଧ ଶୁକ ବାରିକ ଓ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନହେମୟୀ ଆଚାର୍ଯ୍ୟ।ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୃଦ୍ଧ ଶୁକ ବାରିକଙ୍କୁ ତାଙ୍କ ପୁଅ ବୋହୂଙ୍କ ସହମତିରେ ଥଇଥାନ କରିବା ପାଇଁ ଦିନ ୩ଟାରୁ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ ଓ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ଉପାଧ୍ୟକ୍ଷା ରଶ୍ମିତା ନାୟକ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଘରେ ତାଲା ପକାଇ ପୁଅ,ବୋହୂ ଚମ୍ପଟ ମାରିଛନ୍ତି।ଯଦି ପୁଅ ବୋହୂ ବାପାଙ୍କୁ ଘରେ ନ ରଖନ୍ତି ତାହାଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି କୁଜଙ୍ଗ ଥାନା ଅଧିକାରୀ।
ତେବେ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ ଓ ବ୍ୟାସ ଫାଉଣ୍ଡେସନର ଏପରି ପ୍ରୟାସ ଦେଖି ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରିଛନ୍ତି।

