କୁଜଙ୍ଗ, 14/02/2025, ଉତ୍କଳ voice news - utkalvoicenews.com
ଅବସରପ୍ରାପ୍ତ ସେନାକର୍ମଚାରୀ ବଳରାମ ଦାସଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ବଳରାମପୁର ଠାରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ପ୍ରାୟ ପଚାଶରୁ ଅଧିକ ଅବସରପ୍ରାପ୍ତ ସେନା ଅଧିକାରୀ ଓ କର୍ମଚାରୀ ଯୋଗଦେଇ ସ୍ୱର୍ଗତ ବଳରାମଙ୍କ ସ୍ମୃତି ଚlରଣ କରିଥିଲେ lମେଜର କୁଳମଣି ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବଳରାମଙ୍କ ସେନାବାହିନୀରେ ଚାକିରିକାଳ ସମୟର କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରୀତି ସମ୍ପର୍କରେ ସଭାରେ ଉପସ୍ଥିତ ଥିବl ଅତିଥିମାନେ ଆଲୋଚନାକରି ଅତୀତକୁ ମନେ ପକେଇ ଭାବ ବିହୋଳ ବକ୍ତବ୍ୟ ରଖିଥିଲେ l ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଦୀନବନ୍ଧୁ ସେନାପତି,କୁଜଙ୍ଗ ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ସେନା କର୍ମଚାରୀ ଓ ଅଧିକାରୀ ବିପିନ ମହାପାତ୍ର, ମାୟାଧର ପଣ୍ଡା, କାମଦେବ ବେଉରା, ଗୌତମ ମହାପlତ୍ର, ସତ୍ୟପ୍ରସାଦ ଦାସ, ପ୍ରଫୁଲ ମହାପାତ୍ର, ଅରକ୍ଷିତ ସାହୁ, ବିମଳ ପଟ୍ଟନାୟକ ଓ ଫକୀର କରଙ୍କ ସମେତ ବହୁ ଅତିଥି ବକ୍ତବ୍ୟ ପ୍ରଦାନ କରି ସ୍ମୃତି ଚlରଣ କରିଥିଲେl ବଳରାମଙ୍କ ପୁତ୍ର ଦୀପ୍ତି ରଞ୍ଜନ ଦାସ, ଜ୍ୱାଇଁ ରଶ୍ମି ରଞ୍ଜନ ବେହେରା, ଝିଅ ଦୁର୍ଗlରାଣୀ ଦାସ ଓ ସମାଜସେବି ଧନୁ ବେହେରା ସଭା ପରିଚାଳନା କରିଥିଲେ l ସଭାରେ ବିଶିଷ୍ଟ ସେନା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
