ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମ

ଜଗତସିଂହପୁର, 10/06/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ରିତା ସାହୁ ) :
Article Image
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ରେ ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ର ଅମୃତା ଫାଉଣ୍ଡେସନ ର ନିର୍ଦ୍ଦେଶକ ସମ୍ବିତ କୁମାର ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ଲିପକ ସାହୁ ଯୋଗ ଦେଇଥିଲେ । ଏହି ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମରେ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟର ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ର ନିକଟବର୍ତ୍ତି ନୂଆପାଟଣା ଗ୍ରାମକୁ ଯାଇ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇଂଟର୍ଣ୍ଣସିପ ସଂଯୋଜକ ଶ୍ରୀନିବାସ ଦାସ ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।
6