ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନମନ୍ତ୍ରୀଙ୍କ ଦିର୍ଘାୟୁ କାମନା ପାଇଁ ମନ୍ତ୍ରୀଙ୍କ ପୂଜା ଓ ପ୍ରାର୍ଥନା

ବୁଗୁଡ଼ା, 10/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ନିକଟସ୍ଥ ବଳଦେବ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ସମର୍ପିତ ୧୨ ବର୍ଷ ପୂର୍ତ୍ତି ଅବସରରେ ବୁଗୁଡ଼ା ମଣ୍ଡଳ ପକ୍ଷରୁ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ରାଷ୍ଟ୍ରସେବାରେ ଅବ୍ୟାହତ ସଫଳତା କାମନା ନିମନ୍ତେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ଶତାଧିକ ନେତା ଓ କର୍ମୀ ଦୀପ ଲଗାଇ ପୂଜା ଓ ପ୍ରାର୍ଥନା କରିଥିଲେ l ଦେଶର ସର୍ବାଧିକ ସମୟ ଧରି ଜନକଲ୍ୟାଣ ପାଇଁ ନିରନ୍ତର ଭାବେ ସମର୍ପିତ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦୀ ଜୀଙ୍କ ୪,୩୯୯ ଦିନର ଐତିହାସିକ ଯାତ୍ରାକୁ ସ୍ମରଣ କରାଯିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ଗଠନର ସଂକଳ୍ପକୁ ଆହୁରି ସମର୍ଥନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ।
Article Image
14