ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ଉଦଘାଟିତ l

ପାରାଦୀପ ଗଡ , 11/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା: ୧୦.୦୬.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଯୋଗଦେଇ ରଜ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
Article Image
ଉକ୍ତ ରଜ ମହୋତ୍ସବ ସାତଦିନ ଧରି ଅନୁଷ୍ଠିତ ହେବ l ପ୍ରଥମ ଚାରିଦିନ ଜଗତସିଂହପୁର ଜିଲ୍ଲାର ବିଭିନ୍ନ କଳା ଅନୁଷ୍ଠାନ ମାନ ସେମାନଙ୍କର ନୃତ୍ୟ , ଗୀତ ପଦର୍ଶନ କରିବେ l ଅବଶିଷ୍ଟ ତିନି ଦିନ ରାଜ୍ୟ ଓ ରାଜ୍ୟ ବାହାର ର କଳା ଅନୁଷ୍ଠାନ ଓ ପ୍ରତିଷ୍ଠିତ କଳାକାର ମାନେ ସେମାନଙ୍କର ନୃତ୍ୟ, ଗୀତ ପଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ନାଚଗୀତ ର ରଙ୍ଗାରଙ୍ଗ କାର୍ଯକ୍ରମ ସହିତ ସୁଆଦିଆ ଖାଦ୍ୟ ସାଙ୍ଗକୁ ଘର କରଣା ଜିନିଷ ମାନ କିଣି ପାରିବେ l ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ, ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ଗୋଲାପ ରାଣୀ ସାହୁ, ଅଲେଖ ମହରଥା ପ୍ରମୁଖ ଯୋଗଦେଇ ଏପରି ସୁନ୍ଦର କାର୍ଯକ୍ରମ ପାଇଁ ରଜ ମହୋତ୍ସବ କମିଟି ର ସଭାପତି ଓ କର୍ମକର୍ତ୍ତା ଙ୍କୁ ପ୍ରଶଂସା କରିଥିଲେ l ସୁବାସ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜୟନ୍ତ ସେନାପତି, ସଂଗ୍ରାମ ବେହେରା, ମନୋଜ ରାଉତ, ଅନନ୍ତ ବିଶ୍ବାଳ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ବିଚିତ୍ର ପ୍ରଧାନ, ରଞ୍ଜନ ସାମଲ, ଉଲ୍ଲାସ ମହାରଥା, ଜୀବନ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାହୁ, ରମେଶ ବେହେରା, ଦୀପକ ପଣ୍ଡା, ସୁଭସ୍ମିତା ମଙ୍ଗରାଜ ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲେ l ଏପରି ଉଚ୍ଚମାନର ଚିନ୍ତାଧାରା ର ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ସବୁ ମହଲ ରୁ ପ୍ରଶଂସା କରିଛନ୍ତି l
Article Image
5