ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାନବିକତା ଦେଖାଇଲା ଏରସମା ପୋଲିସ.. ବ୍ରେନ୍ ଷ୍ଟ୍ରୋକ ଯୁବକଙ୍କୁ କାନ୍ଧରେ ବୋହିଲେ ଏସ.ଆଇ

ଏରସମା, 11/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଖାକି ୟୁନିଫର୍ମ ଭିତରେ ଲୁଚିଥିବା ମାନବିକତାର ଆଉ ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଏରସମାରେ। ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ଜଣେ ଯୁବକଙ୍କୁ ଅସହାୟ ଅବସ୍ଥାରେ ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲା ଏରସମା ପୋଲିସ। ଯୁବକଙ୍କୁ ପୋଲିସ ଗାଡ଼ିରେ ମେଡିକାଲକୁ ଆଣିବା ପରେ ନିଜ କାନ୍ଧରେ ବୋହି ହସ୍ପିଟାଲ ଭିତରକୁ ନେଇଥିଲେ ସବ୍-ଇନ୍ସପେକ୍ଟର ବିଶ୍ୱଜିତ୍ ଗଡନାୟକ।ଗତ ବିଳମ୍ବିତ ରାତିରେ ଏରସମା ଥାନା ପୋଲିସ ଇରିବିଣା-ଚଟୁଆ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକ ଓ ତାଙ୍କ ବାପାଙ୍କୁ ଅସହାୟ ଅବସ୍ଥାରେ ଦେଖିଥିଲେ। ଯୁବକ ଜଣକ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ। ତୁରନ୍ତ ସବ୍-ଇନ୍ସପେକ୍ଟର ବିଶ୍ୱଜିତ୍ ଗଡନାୟକ, ଏଏସଆଇ ପି.କେ. ରାୟ ଓ ଅନ୍ୟ ପୋଲିସ କର୍ମଚାରୀ ଯୁବକ ଓ ତାଙ୍କ ବାପାଙ୍କୁ ପୋଲିସ ଗାଡ଼ିରେ ଏରସମା ମେଡିକାଲକୁ ଆଣିଥିଲେ। ମେଡିକାଲରେ ପହଞ୍ଚିବା ପରେ ସମୟ ନଷ୍ଟ ନକରି ଏସଆଇ ବିଶ୍ୱଜିତ୍ ଗଡନାୟକ ନିଜ କାନ୍ଧରେ ବୋହି ଯୁବକଙ୍କୁ ହସ୍ପିଟାଲ ଭିତରକୁ ନେଇ ଚିକିତ୍ସାର ବ୍ୟବସ୍ଥା କରିଥିଲେ। କେଉଁଝର ଜିଲ୍ଲାର ଏହି ଯୁବକ କାମ ପାଇଁ ଏରସମା ଆସିଥିବା ଜଣାପଡ଼ିଛି। ପୋଲିସର ଏହି ମାନବିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
7