ଏରସମା, 15/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଏରସମାର ଅଧିଷ୍ଟାତ୍ରୀ ଦେବୀ ମା" ଜାଗୁଳେଇଙ୍କ ପୀଠରେ ପ୍ରଥମ ବାର୍ଷିକ ଯଜ୍ଞତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଓ ତାଙ୍କ ସହଧର୍ମିଣୀ କର୍ତ୍ତା ହୋଇଥିବା ବେଳେ ଏରସମା ଗ୍ରାମ୍ୟ କମିଟି ସହଯୋଗ କରୁଛନ୍ତି।ମା" ଜାଗୁଳେଇ ପ୍ରତେକ୍ଷ ଦେବୀ ଭକ୍ତ ମାନଙ୍କ ମନସ୍କାମନା ପୂରଣ କରିଥାନ୍ତି।ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ।ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ପରିବେଷଣ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ତା ରହିଛି।ଶ୍ରଦ୍ଧାଳୁ ଭକ୍ତମାନେ ଧୂପ,ଦୀପ,ଘୃତ,ଅର୍ଥ ଆଦି ଦାନ ଗ୍ରହଣ କରାଯାଉଛି।ଭକ୍ତମାନେ ମାଙ୍କ ନିକଟରେ ବହୁ ସଂଖ୍ୟାରେ ଯୋଗଦେଇ ମା ଜାଗୁଳେଇଙ୍କ ଆଶୀର୍ବାଦ ନେବା ପାଇଁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଛି।