ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ‘ମୁଥୁଟ୍ ଫିନକର୍ପ’ର ନୂତନ ଶାଖା ଉଦଘାଟିତ

ବୁଗୁଡ଼ା, 11/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସ୍ଥିତ ବ୍ଲକ ଛକ ଠାରେ ଦେଶର ଅଗ୍ରଣୀ ଆର୍ଥିକ ସଂସ୍ଥା ‘ମୁଥୁଟ୍ ଫିନକର୍ପ ଲିମିଟେଡ୍’ର ଏକ ନୂତନ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଆଜି ଆୟୋଜିତ ଉଦଘାଟନୀ ଉତ୍ସବରେ ବୁଗୁଡ଼ା ତହସିଲଦାର ତାପସ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଥିଲେ ଯେ,ବୁଗୁଡ଼ା ଅଞ୍ଚଳରେ ମୁଥୁଟ୍ ଫାଇନାନ୍ସ ଭଳି ପ୍ରତିଷ୍ଠିତ ସଂସ୍ଥାର ଶାଖା ଖୋଲିବା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ, ଚାଷୀ ଓ ସାଧାରଣ ଜନତା ସହଜରେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସୁରକ୍ଷିତ ସ୍ୱର୍ଣ୍ଣ ଋଣ ସେବା ପାଇପାରିବେ, ଯାହା ସେମାନଙ୍କର ଜରୁରୀକାଳୀନ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାରେ ବେଶ୍ ସହାୟକ ହେବ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ରିଜିଓନାଲ ମ୍ୟାନେଜର ମଥୁରାନନ୍ଦ ଲେଙ୍କା, ଜୋନାଲ ମ୍ୟାନେଜର ବିବିଲ୍ ଜାକୋବ, ଏରିଆ ମ୍ୟାନେଜର ବି. ସୁନାର୍ଜ କୁମାର ପାତ୍ର ଏବଂ ବୁଗୁଡ଼ା ଶାଖାର ବ୍ରାଞ୍ଚ ମ୍ୟାନେଜର ସାଇ ପ୍ରସାଦ ବେଲେନା ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସଂସ୍ଥାର ବିଭିନ୍ନ ଗ୍ରାହକ-ଉପଯୋଗୀ ଯୋଜନା ଓ ସର୍ବନିମ୍ନ ସୁଧ ହାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
6