ଏରସମା, 11/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ପ୍ରଥମ ଓଡ଼ିଆ ଜେଏସଡବ୍ଲ୍ୟୁ ଉତ୍ପାଦକ ଏରସମା ବ୍ଲକ, ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗ୍ରାମରେ ଗ୍ରୀଷ୍ମକାଳୀନ ଶିବିରର ଉଦଯାପନ ବହୁ ଜାକଜମକରେ ପାଳିତ ହୋଇଛି। ଏହି ଉଦ୍ୟମ ବିଭାଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ନୀଳମଣି ସାର ୱାର୍ଡ଼ ମେମ୍ବର ନରେନ୍ଦ୍ର ସ୍ବାଇଁ ସାର ,ବିଦ୍ୟାଳୟ

ସଭାପତି ରଞ୍ଜନ ସାର୍ ଏବଂ ଗ୍ରାମର ସମସ୍ତ ଅଭିଭାବକ, 3ଟି ଗ୍ରାମର କୁନି କୁନି ପିଲା ତ ସହିତ ତିନୋଟି ଗ୍ରାମର ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ସ୍ୱାଗତମ କରାଯାଇଥିଲା ।ପ୍ରଥମ ର ଜିଲ୍ଲା ସଂଯୋଜକ
କୁମୁଦ ରଞ୍ଜନ ମହାନ୍ତି ପ୍ରଥମ ର ଉଦେଶ୍ୟ ବିଷୟରେ ଆଲୋଚନା କରିବା ସହିତ ଶିବିର କାର୍ଯ୍ୟର ଉଦ୍ଦେଶ୍ୟ,ସ୍ବେଚ୍ଛାସେବୀ ଙ୍କର ଶ୍ରେଣୀର ଗତିବିଧି, ପିଲାଙ୍କର ସହଭାଗିତା, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଶେଷରେ ବିଭାଗୀୟ ମେଳାରେ ଏକ ଶୁଭ ଗୀତ ସହ ଉପସ୍ଥିତ ପିଲା ମାନଙ୍କର ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସଭାକୁ ପ୍ରଥମ ଓଡ଼ିଆର ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି, ହେମନ୍ତ କୁମାର ପ୍ରଧାନ, ପ୍ରିୟବ୍ରତ ନାୟକ, ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼ ଏବଂ ଜେଏସଡବ୍ଲୁର ବାପିନା ରାଉତ,ଆଶିଷ ସାର,ସନାତନ ସାର, ପପିନି ସାର,ଲୋପାମୁଦ୍ରା ଦିଦି,ମୋନାଲିସା ଦିଦି,ସିଲି ଦିଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।