ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚିକିଟି ତହସିଲରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ: ଅନ୍ୟତ୍ର ବଦଳି ହେଲେ ଏକାଧିକ ଆର.ଆଇ ଏବଂ କିରାଣୀ ।

ଗଞ୍ଜାମ / ଚିକିଟି, 13/06/2026, ଉତ୍କଳ voice news - utkalvoicenews.com ତା - 12/ 6/2026 ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ପ୍ରଶାସନିକ ସଂସ୍କାର ଦେଖିବାକୁ ମିଳିଛି। କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ ଗତିଶୀଳ କରିବା ଲକ୍ଷ୍ୟରେ ତହସିଲ ଅଧୀନରେ ଥିବା ଏକାଧିକ ରାଜସ୍ୱ ନିରୀକ୍ଷକ (RI) ଏବଂ କିରାଣୀ (Clerical Staff) ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସରକାରୀ ନିୟମ ଓ ଜନସାଧାରଣଙ୍କ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
Article Image
​ମିଳିଥିବା ସୂଚନା ଅନୁଯାୟୀ, ଚିକିଟି ତହସିଲ କାର୍ଯ୍ୟାଳୟ ଏବଂ ଏହାର ଅଧୀନରେ ଥିବା ବିଭିନ୍ନ ରାଜସ୍ୱ ସର୍କଲରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କୁ ଏହି ବଦଳି ପ୍ରକ୍ରିୟାରେ ସାମିଲ କରାଯାଇଛି। ଆର.ଆଇ (RI) ଏବଂ ଅମିନ ଅଫିସର ପ୍ରମୁଖ କିରାଣୀଙ୍କୁ ସେମାନଙ୍କ ପୁରୁଣା ଦାୟିତ୍ୱରୁ ମୁକ୍ତ କରାଯାଇ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ​
Article Image
ପ୍ରକାଶ ଯେ, ଜନସାଧାରଣଙ୍କ ଅଭିଯୋଗର ସଠିକ୍ ସମାଧାନ ଏବଂ ରାଜସ୍ୱ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହିପରି ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ବଦଳି ପରେ ତହସିଲର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ଅଧିକାରୀ ଓ କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳର ଜମି ଜମା ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକୁ କିଭଳି ସୁଚାରୁରୂପେ ସମ୍ପାଦନ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ​ତହସିଲ କାର୍ଯ୍ୟାଳୟରେ ହୋଇଥିବା ଏହି ଆକସ୍ମିକ ଓ ବଡ଼ ଅଦଳବଦଳକୁ ନେଇ ଏବେ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ୱାରା ଆଗାମୀ ଦିନରେ ସାଧାରଣ ଲୋକେ କିଭଳି ଉପକୃତ ହେଉଛନ୍ତି ଏବଂ ରାଜସ୍ୱ ମାମଲାଗୁଡ଼ିକର କେତେ ଶୀଘ୍ର ସମାଧାନ ହେଉଛି, ତାହା ଦେଖିବାକୁ ବାକି ରହିଲା।
4