ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ତୃତୀୟ ସଂଧ୍ୟା l ନାଚ ଗୀତରେ ମଜିଲେ ଦର୍ଶକ l

ପାରାଦୀପ ଗଡ, 13/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା-୧୨.୦୬.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ତୃତୀୟ ସଂଧ୍ୟାରେ ମେଲୋଡି କାର୍ଯ୍ୟ କ୍ରମ ସାଙ୍ଗକୁ ତିନୋଟି କଳା ଅନୁଷ୍ଠାନ ଯଥା ଶ୍ରାବଣୀ କଳା ନିକେତନ, ପାରାଦୀପ ଗଡ, ମୟୁରୀ କଳା ନିକେତନ, ପାରାଦୀପ, ସାଇ ଶ୍ରଦ୍ଧା କଳା ବିକାଶ କେନ୍ଦ୍ର, ଚୁନବେଲାରୀ ପକ୍ଷରୁ ଆୟୋଜିତ ଓଡ଼ିଶୀ, ଆଦିବାସୀ, ଆଧୁନିକ ଓ ପାରମ୍ପରିକ ନାଚରେ ଦର୍ଶକ ମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବସି ନାଚ, ଗୀତ କୁ ମନଭରି ଉପଭୋଗ କରିବା ସହିତ ସୁଆଦିଆ ଖାଦ୍ୟ ଖାଇବା ଓ ଘରକରଣା ସାମଗ୍ରୀ କ୍ରୟ କରୁଥିବାର ଦେଖିବାକୁ ମିଳିଥିଲା l ଏପରି ମନ ମୁଗ୍ଧକର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦର୍ଶକ ମାନେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ପ୍ରଶଂସା କରିବା ସହିତ ରଜ ମହୋତ୍ସବ କମିଟି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଜୟନ୍ତ ସେନାପତି, ସଂଗ୍ରାମ ବେହେରା, ମନୋଜ ରାଉତ, ଅନନ୍ତ ବିଶ୍ବାଳ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ମହାପାତ୍ର, ବିଚିତ୍ର ପ୍ରଧାନ, ରଞ୍ଜନ ସାମଲ, ଉଲ୍ଲାସ ମହାରଥା, ଜୀବନ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାହୁ, ରମେଶ ବେହେରା, ଦୀପକ ପଣ୍ଡା, ସୂର୍ଯ୍ୟକାନ୍ତ ବେହେରା, ଗୋଲାପ ରାଣୀ ସାହୁ, ସୁଭସ୍ମିତା ମଙ୍ଗରାଜ ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲେ l
Article Image
Article Image
16