ଏରସମା, 13/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ତା ୧୨/୬/୨୬ , ଏରସମା ବ୍ଲକ ଅନ୍ତର୍ଗତ ସି, ଆର୍ ,କେ ଢିଅସାହି ହାଇସ୍କୁଲର ୧୯୮୪ ବ୍ୟାଚ ସାଙ୍ଗମାନଙ୍କ ମଧ୍ୟରେ ବାର୍ଷିକ ରଜ ମହୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ନିକଟସ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଢିଅସାହି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚର ଛାତ୍ର ରମେଶ ଚନ୍ଦ୍ର ଲେଙ୍କା ଏହି ବିଦ୍ୟାଳୟରୁ ନିଜର ଶିକ୍ଷକ ଜୀବନ ଆରମ୍ଭ କରି ଆସନ୍ତା ମାସରେ ବୀଣାପାଣି ହାଇସ୍କୁଲ ଓଲରାରୁ ଅବସର ନେବାକୁ ଯାଉଥିବାରୁ କିଛିଦିନ ପୂର୍ବରୁ ବନ୍ଧୁମାନେ ଏକତ୍ରିତ ହୋଇଥିବାରୁ ତାଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦିଲୀପ ରାଉତ, ଅନିଲ୍ କୁମାର ଜେନା, ବାଲ୍ମିକି ସାହାଣୀ, ସମିର ପରିଡ଼ା, ଅଶୋକ ସ୍ୱାଇଁ,ସକୁନ୍ତଳା ସ୍ୱାଇଁ, ଦିଗମ୍ବର ସାହୁ, ସତ୍ୟବ୍ରତ ଚୈଧୁରୀଙ୍କ ସମେତ ୫୦ ଜଣ ସାଙ୍ଗମାନେ ପରିଚାଳନା କରିଥିଲେ।