ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗଅଞ୍ଚଳରେ ଏକ ଜର୍ଦା/ଗୁଟଖା ବେଆଇନି କାରଖାନା ସିଲି

କୁଜଙ୍ଗ , 14/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) କୁଜଙ୍ଗ ତା ୧୩/୬ :
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ଅଲିଗଡ଼ ଗ୍ରାମରେ ବେଆଇନ ଜର୍ଦା/ଗୁଟଖା କାରଖାନା ଉପରେ ଚଢାଉ କରାଯାଇ 3 ଜଣ ଗିରଫ ହୋଇଛନ୍ତି।
Article Image
ତାରିଖ 13.06.2026 ରେ ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲଙ୍କ ରିପୋର୍ଟ ଆଧାରରେ କୁଜଙ୍ଗ ଥାନାରେ କେସ୍ ନଂ 339 ରୁଜୁ ହୋଇଛି। BNS, COTPA Act, Food Safety Act ଏବଂ CGST Act ର ବିଭିନ୍ନ ଧାରା ଲାଗିଛି।
Article Image
12.06.2026 ସନ୍ଧ୍ୟା 5:30 ରେସୁବାଷ ସ୍ୱାଇଁଙ୍କ ଘର ପଛରେ ନିର୍ମାଣାଧୀନ ଘରେ ନକଲି ଜର୍ଦା ତିଆରି ହେଉଥିବା ଖବର ମିଳିଥିଲା। ପୋଲିସ ଏବଂ ତହସିଲଦାର ମିଶି ଚଢାଉ କଲେ। ସେଠାରେ ଉତ୍ପାଦନ କେନ୍ଦ୍ର ଓ ଗୋଦାମ ମିଳିଲା। ଜବତ ହେଲା660 କେଜି କଞ୍ଚା ତମାଖୁ, 360 କେଜି ତିଆରି ଗୁଟଖା, 6ଟା ଓଜନ ମେସିନ୍, 2ଟା ସିଲିଂ ମେସିନ୍, 20 ଲିଟର କେମିକାଲ୍, ପ୍ୟାକେଟ୍, 1 ଲକ୍ଷ ଟଙ୍କା, 3ଟା ମୋବାଇଲ୍, ଗୋଟେ Creta ଗାଡି OD-05-AG-4101। ଗିରଫ1ସୁବାଷ ସ୍ୱାଇଁ 50 ବର୍ଷ, ପୂର୍ଣ ଚନ୍ଦ୍ର ବେଉରା 52 ବର୍ଷ, ବିଜୟ ମୁଦୁଲି 54 ବର୍ଷ। ବିନା ଲାଇସେନ୍ସରେ, ଖରାପ କେମିକାଲ୍ ଦେଇ ନକଲି ବ୍ରାଣ୍ଡ ନାଁରେ ଜର୍ଦା ତିଆରି ହେଉଥିଲା। ଏହା ଜନସ୍ୱାସ୍ଥ୍ୟ ପାଇଁ ବିପଦ। ତଦନ୍ତ ଚାଲିଛି।
15