ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ୪ର୍ଥ ସଂଧ୍ୟା l ନାଚ ଗୀତରେ ଦର୍ଶକ ମତୁଆଲା l

ପାରାଦୀପ ଗଡ, 14/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା: ୧୩.୦୬.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା , କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ୪ର୍ଥ ସଂଧ୍ୟାରେ ବରିଷ୍ଠ ଆଇନଜୀବୀ ତଥା ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲିପ ବେହେରା, ସମ୍ମାନିତ ଅତିଥି ଭାବେ ନୂଆଗଡ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ, ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭାପତି ଶ୍ରୀଯୁକ୍ତ ଗଗନ ବିହାରୀ ରାଉତ, ସମାଜସେବୀ ଅନୁପ ମହାପାତ୍ର, ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଓ ରଜ ମହୋତ୍ସବ କମିଟି ର ଉପଦେଷ୍ଟା ସତ୍ୟନାରାୟଣ ମହାପାତ୍ର ଯୋଗଦେଇ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରାଜ୍ୟର ଏକ ଶିଳ୍ପ ସମୃଦ୍ଧ ବିକଶିତ ଗ୍ରାମ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ଏପରି ଏକ ସୁନ୍ଦର ରଜ ମହୋତ୍ସବ ଆୟୋଜନ ହୋଇଥିବାରୁ ସରପଞ୍ଚ ଙ୍କୁ ପ୍ରଶଂସା କରିଥିଲେ l ୪ର୍ଥ ସଂନ୍ଧ୍ୟାରେ ତିନୋଟି କଳା ଅନୁଷ୍ଠାନ ଯଥା ପାୟଲ ଡାନ୍ସ ଗ୍ରୁପ୍ ଆଠଗଡ଼, କିଡସ୍ ଏଫୋର୍ଟ ଓ ତ୍ରିରଙ୍ଗା ଡାନ୍ସ ଏକାଡେମୀ, ପାରାଦୀପ ପକ୍ଷରୁ ଆୟୋଜିତ ଓଡ଼ିଶୀ, ଆଦିବାସୀ, ଆଧୁନିକ ଓ ପାରମ୍ପରିକ ନାଚ, ଗୀତ ରେ ଦର୍ଶକ ମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବସି ନାଚ, ଗୀତ କୁ ମନଭରି ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା l ଏପରି ମନ ମୁଗ୍ଧକର ଓ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦର୍ଶକ ମାନେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଭୁଇଅସି ପ୍ରଶଂସା କରିବା ସହିତ ରଜ ମହୋତ୍ସବ କମିଟି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଜ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ଚୌଧୁରୀ, ଜୟନ୍ତ ସେନାପତି, ସଂଗ୍ରାମ ବେହେରା, ମନୋଜ ରାଉତ, ଅନନ୍ତ ବିଶ୍ବାଳ, ଅଲେଖ ମହାରଥା, ରାଜେନ୍ଦ୍ର ବେହେରା,, ବିଚିତ୍ର ପ୍ରଧାନ, ରଞ୍ଜନ ସାମଲ, ଉଲ୍ଲାସ
Article Image
ମହାରଥା, ଜୀବନ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାହୁ, ରମେଶ ବେହେରା, ଦୀପକ ପଣ୍ଡା, ସୂର୍ଯ୍ୟକାନ୍ତ ବେହେରା, ଗୋଲାପ ରାଣୀ ସାହୁ, ଧର୍ମପଦ ସାହୁ, ସୁଭସ୍ମିତା ମଙ୍ଗରାଜ ପ୍ରମୁଖ କାର୍ଯକ୍ରମ କୁ ସୁପରିଚାଳନା କରିଥିଲେ l
Article Image
5