ତିର୍ତ୍ତୋଲ, 14/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଶାଗବାରିଆର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଓ ସଭାପତି ପ୍ରେମ ଚରଣ ରାଉତଙ୍କ ତତ୍ତ୍ୱlଵଧାନରେ ରଜମହୋତ୍ସବ ମଞ୍ଚ ସିଳନ୍ଦୀ -ଖନ୍ଦୋଳଠାରେ ସଂସଦ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥିଭାବେ ଆଇନଜୀବୀ ତଥା ସମ୍ବାଦ ପ୍ରତିନିଧି ଅମରଜ୍ୟୋତି ସାହୁ, ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟଘର ସଭାପତି ମହେଶ୍ୱର ସ୍ୱାଇଁ,ବରେଣ୍ୟ ଅତିଥିଭାବେ ରଜମହୋତ୍ସବ କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ,ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ଲୋକନାଥ ବଡ଼ପଣ୍ଡା,ପରିବେଶବିତ ଜଗନ୍ନାଥ ଖଣ୍ଡୁଆଳ, ଉପସଭାପତି ହେମନ୍ତ କୁମାର ନାୟକ ଯୋଗଦେଇଥିଲେ l ସଂସଦର ସମ୍ପାଦିକା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଞ୍ଚଳିକ ପୂଜ୍ୟ ପୂଜା ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ଯଯାତି କେଶରୀ ସ୍ୱାଇଁ, ସ୍ୱାଗତ ସମ୍ଭାଷଣ ଦେଇଥିଲେ ସମ୍ବାଦ ପ୍ରତିନିଧି ତୃପ୍ତି ରଞ୍ଜନ ମହାନ୍ତି l ଅରୂପାନନ୍ଦ ସ୍ୱାଇଁ, ସତ୍ୟବ୍ରତ ନାୟକ, ମହମ୍ମଦ ମନସୁର ଅଲ୍ଲୀ, ଅର୍ପିତା ଦାସ,ଆଲୋକ କୁମାର ନାୟକ, ସୂର୍ଯ୍ୟକାନ୍ତ ମହାନ୍ତି, ସୋମ ପ୍ରକାଶ ନାୟକ, ସନ୍ତୋଷ କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ମଞ୍ଚ ସଂଯୋଜନା ବଡଖବର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ କରିଥିବାବେଳେ 'ସୁଶ୍ରୀ ସଂସ୍କୃତି 'ସମ୍ମାନ ରୁନିବାଳା ମଲ୍ଲିକ, ସରୋଜିନୀ ମିଶ୍ର ଓ ବୈଦ୍ୟନାଥ ସାହୁଙ୍କୁ ପ୍ରଦାନ କରାଯାଇଥିଲା l ପରିଶେଷରେ ଧନ୍ୟବାଦ ଦେଇଥିଲେ ରଜ ମହୋତ୍ସବ କମିଟି ଉପସଭାପତି ବାବାଜୀ ମଲ୍ଲିକ l