ତିର୍ତ୍ତୋଲ, 14/06/2026, ଉତ୍କଳ voice news - utkalvoicenews.com(ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ସିଳନ୍ଦୀ - ଖନ୍ଦୋଳ ରଜମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ରଜମହୋତ୍ସବ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସ୍ୱତନ୍ତ୍ର ଅତିଥିଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ହଜିଯାଉଥିବା ସଂସ୍କୃତିକୁ ପୁନଃ ଫେରାଇଆଣିବାରେ ରଜ ପର୍ବ ଶ୍ରେଷ୍ଠ ମାଧ୍ୟମ ଓ ଏହାକୁ ପାଳନ କରିବାପାଇଁ ମାନସିକତା ରଖିଥିବା ପ୍ରତିଷ୍ଠାତା ଶିକ୍ଷାବିତ୍ ରସାନନ୍ଦ ସାହୁ ଏବଂ ସମସ୍ତ ସଭ୍ୟଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ଜଗତସିଂହପୁର ଏ ଡି ଏମ ଜ୍ୟୋତିଶଙ୍କର ରାୟ ସଂସ୍କୃତି ବଞ୍ଚିଲେ ଦେଶ ବଂଚିବ ବୋଲି ମତ ରଖିଥିଲେ l ମୁଖ୍ୟ ବକ୍ତା ପ୍ରାବନ୍ଧିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ରଜର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ଦେଇଥିଲେ,ବରେଣ୍ୟ ଅତିଥି ବ୍ଲକ ଶିକ୍ଷା ମଣ୍ଡଳlଧିଶ ସୂର୍ଯ୍ୟ ରଞ୍ଜନ ଦାଶ, ଶିକ୍ଷାବିତ୍ ଲୋକନାଥ ବଡ଼ପଣ୍ଡା, ସମାଜସେବୀ ଜଗନ୍ନାଥ ଖଣ୍ଡୁଆଳ ଯୋଗଦେଇ ରଜ ଏକ ଅନବଦ୍ୟ ପର୍ବ ଏବଂ ଏହି ପର୍ବ ହିଁ ସଂସ୍କୃତିର ମୂଲ୍ୟାୟନ କରିବାରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ l ଅତିଥିପରିଚୟ କାର୍ଯ୍ୟକାରୀ ସଭାପତି ଡ଼ଃ ବସନ୍ତ ମଞ୍ଜରୀ ଦାସ ପ୍ରଦାନ କରିଥିବେଳେ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ସ୍ୱାଗତ ସମ୍ଭାଷଣ ଦେଇଥିଲେ ଉପସଭାପତି ବାବାଜୀ ମଲ୍ଲିକ l ଅତିଥିମାନଙ୍କଦ୍ୱାରା ସମାଜସେବୀ ମହେଶ୍ୱର ସ୍ୱାଇଁ ଓ ଋତୁପର୍ଣ୍ଣl ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସାଂସ୍କୃତିକ ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ମଞ୍ଜରୀ କଳା ବିକାଶ ପରିଷଦ ଓ ବିଗ ଷ୍ଟାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ପରିଚାଳନା କରିଥିଲେ ସନ୍ତୋଷ କୁମାର ସାହୁ l ସହାୟତାରେ ଥିଲେ ଉପଦେଷ୍ଟା ହେମନ୍ତ କୁମାର ନାୟକ , ସୂର୍ଯ୍ୟକାନ୍ତ ମହାନ୍ତି,କିଶୋର କୁମାର ଦାସ, ସତ୍ୟବ୍ରତ ନାୟକ, ଆଲୋକ ନାୟକ,ରୁଦ୍ର ପ୍ରସାଦ ଦାସ, ସଂଗ୍ରାମ ସାହୁ, ସାଗର ସାହୁ,ଅମରଜ୍ୟୋତି ସାହୁ, ନବଜ୍ୟୋତି ଦାସ ପ୍ରମୁଖ l ଧନ୍ୟବାଦ ଦେଇଥିଲେ ଉପଦେଷ୍ଟା ନିରଞ୍ଜନ ବିଶ୍ୱାଳ l