ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଜି ପହିଲି ରଜ ଉତ୍ସବ ମୁଖର ଗାଁ ଠୁ ସହର

ଜଗତସିଂହପୁର, 14/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଆଜି ପହିଲି ରଜ । ଉତ୍ସବ ମୁଖରିତ ପୁର ପଲ୍ଲି । ସବୁଆଡେ ରଜ ପାନ ଓ ପୋଡ଼ ପିଠାର ନିଆରା ବାସ୍ନା । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ । ଗ୍ରୀଷ୍ମ ଓ ବର୍ଷା ଋତୁର ସଂଧିକ୍ଷଣରେ ଭିଜା ମାଟିର ବାସ୍ନା ନେଇ ଚଳିତ ବର୍ଷ ପୁଣି ଆସିଛି ଓଡ଼ିଶାର ଗଣ ପର୍ବ ରଜ । ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମୀ ର ମିଳନ ପର୍ବ । ଓଡ଼ିଶାରେ ସଜବାଜ ଦିନକୁ ମିଶାଇ ମୋଟ 4 ଦିନ ପାଳନ ହୋଇଥାଏ ରଜପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷି ଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ ଧୁମଧାମରେ ରଜ ପାଳନ କରୁଥିବାର ଦେଖା ଯାଇଛି । ଏହି ସମୟରେ ଝିଅ ମାନେ ସାଧାରଣତ କୌଣସି କାର୍ଯ୍ୟ ନ କରିବା ସହିତ ଖେଳି ବୁଲି ମଜା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ କୁ ଗଣ ପର୍ବ ଭାବେ ପାଳନ କରାଯାଇ ଥାଏ । ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏହି ପର୍ବ ଝିଅମାନେ ଖୁବ ଆଡମ୍ବର ସହ ପାଳନ କରୁଛନ୍ତି । ସକଳୁ ଉଠି ସଜ ହୋଇ ରଜ ପାନ, ପୋଡପିଠା ଖାଇବା, ଦୋଳିରେ ଝୁଲିବା, ଲୁଡୁ, ତାସ ଓ ବାଗୁଡି ଆଦି ଖେଳି ବେଶ ରଜର ମଜା ନେଉଥିବା ସହ ପ୍ରତିଯୋଗିତାରେ ମଧ୍ୟ ଚାଲିଛି । ଆମେ ଅଛୁ ଜଗତସିଂହପୁର ସଦର ଦୁଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ନିଆରା ରଜ । ଏହା ସହିତ ସଦର ବ୍ଲକ ସାଂପୁର ପଂଚାୟତ ଦେଢଶୁର ଦେଉଳି ଗ୍ରାମରେ ଧୁମଧାମରେ ଭାଇଚାରା ର୍ ପର୍ବ ରାଜ ପର୍ବ ପାଳିତ ହୋଇ ଯାଇଛି ।
Article Image
Article Image
Article Image
4