ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଲପଦା ଛତରକନ୍ଧା ଧୂମଧାମରେ ରଜ ମହୋତ୍ସବ ପାଳନ

ଏରସମା, 15/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବୀର ହନୁମାନଙ୍କ ପୀଠରେ ମହାବୀର ଯୁବକ ସଂଘ ପକ୍ଷରୁ ଦଶମ ବାର୍ଷିକ ରଜ ମହୋତ୍ସବ ପାଳନ କରାଯାଉଛି।ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଓ ଗୀତା ଗବେଷକ ଧୀରେନ୍ଦ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅଂଶୁମାନ ମିଶ୍ର ଯୋଗଦେଇ ପ୍ରଦିପ ପ୍ରଜ୍ଜୋଳନ କରିଥିଲେ।ଗଣପର୍ବ ରଜ ଓଡ଼ିଆ ରାଜ୍ୟର କଳା ସଂସ୍କୃତି ଜଗନ୍ନାଥ ର ବାରମାସରେ ତେର ପର୍ବ ଭିତରୁ ରଜ ପର୍ବ ଅନ୍ୟତମ ସମସ୍ତ ଙ୍କ ଘରେ ପିଠା ପଣା ସାଙ୍ଗକୁ ଝିଅ ବେହୂ ମାନେ ସଜବାଜ ହେଇ ବିଭିନ୍ନ ଦୋଳି ଖୋଳିଥାନ୍ତି ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା । ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା କରିବା ସହିତ ଭାଇଚାର ର ପର୍ବକୁ ସମେତ ମିଳିମିଶି କରିଥିବାରୁ ଆୟୋଜିତ ମହାବୀର ଯୁବକ ସଂଘ ଅତିଥିମାନେ ଧନ୍ୟବାଦ ଜଣାଇ ଅନୁଷ୍ଠାନର ଉତ୍ତରତ୍ୱର କାମନା କରିଥିଲେ।ଶେଷରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତି ଓ ଗୀତା ଗବେଷଣା ଅଧ୍ୟାପକ ଶ୍ରୀଯୁକ୍ତ ଧୀରେନ୍ଦ୍ର ବେହେରାଙ୍କୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ସଂଧ୍ୟାରେ ଜାଲପଦା ଗ୍ରାମର ଛୋଟ କଳାକାର ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯାଇଥିଲା।ରଜ ମହୋତ୍ସବ କମିଟିର ସଭାପତି ଦୀପକ କୁମାର ରାଉତ,ବିଜୟ କୁମାର ସାହୁ, ରତିକାନ୍ତ ସ୍ୱାଇଁ,,ମଧୂସୁଧନ ପଲାଇ, ସୁଭାଶିଷ ପାତ୍ର,ମନୋଜ ସାହୁଙ୍କ ସମେତ ହନୁମାନ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ରଜ ମହୋତ୍ସବ ୨୦୨୬ ଶାନ୍ତି ଶୃଙ୍ଖଳା ଭାବରେ ଚାଲୁଛି। ଯାହାକୁ ଦେଖିବାକୁ ଅଞ୍ଚଳର ଲୋକମାନେ ବେଶ୍ ଭିଡ ଦେଖିବାକୁ ମିଳିଥିଲା
Article Image
13