ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପ୍ରାଣ ବ୍ୟକ୍ତିଙ୍କ ଅକାଳ ବିୟୋଗ

ରାହାମା, 15/02/2025, ଉତ୍କଳ voice news - utkalvoicenews.com ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ସତସଙ୍ଗ ବିହାର ର କର୍ମୀ ଗଦାଧର ବେହେରା(୭୬)ଙ୍କ ଶୁକ୍ରବାର ସନ୍ଧ୍ୟରେ ପରଲୋକ ହୋଇଛି।ସେ ରାହାମା ଅଂଚଳ ରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବଧାରା ପ୍ରଚାର ପ୍ରସାର ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ସତସଙ୍ଗ ର ଅଧର୍ଯ୍ୟୁ କର୍ମୀ ଥିଲେ।ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।ମରଶରୀରକୁ ରାହାମା ସତସଙ୍ଗ ବିହାରକୁ ଅଣାଯାଇ ଶେଷଦର୍ଶନ ଓ ପୁଷ୍ପଗୁଚ୍ଛ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାହାମା ବଜାର ସଭାପତି ଶିଶିର କୁମାର ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସରୋଜ କୁମାର ଦାଶ, ମା ମଙ୍ଗଳା ପରିବାର ସଦସ୍ୟ ଓ ସଦସ୍ୟା ବୃନ୍ଦ ଓ ବହୁ ମାନ୍ୟ ଗଣ ବେକ୍ତି ପୁଷ୍ପ ଗୁଚ୍ଛ ଦେଇଥିଲେ ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ୱାର ଠାରେ ସମ୍ପନ୍ନ କରାଯାଇଥିଲା।ବଡ଼ ପୁଅ ଧୃତିଗୋବିନ୍ଦ ବେହେରା,ମୁଖା ଅଗ୍ନି ଦେଇଥିଲେ,ପୁତ୍ର, କନ୍ୟା, ସହଧର୍ମିଣୀ,ଜ୍ୱାଇଁ ଙ୍କ ସମେତ ଶତାଧିକ ଗୁରୁଭାଇ ଓ ମା ମନେ ଉପସ୍ଥିତ ଥିଲେ।
Article Image
1