ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରମିଳା କିଡ୍ସ ସ୍କୁଲରେ ମହାସମାରୋହରେ ରଜ ମହୋତ୍ସବ ପାଳିତ

ଜଗତସିଂହପୁର, 15/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତର ପୁରୁଣାଗଡ ସ୍ଥିତ ପ୍ରମିଳା କିଡ୍ସ ସ୍କୁଲରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ମହା ସମାରୋହରେ ପାଳିତ ହୋଇଛି। ସ୍କୁଲର ପ୍ରତିଷ୍ଠାତା ଡଃ ସୁଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମହୋତ୍ସବରେ ଶିକ୍ଷାବିତ ଶିଶିର ପରିଜା, ବିଶିଷ୍ଟ ସମାଜସେବୀ ଦୀନବନ୍ଧୁ ଦାସ, ଆଇନଜୀବି ଶିବ ଚରଣ ମାଝି, ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ବରିଷ୍ଠ ଆଇନଜୀବି ସୁରେନ୍ଦ୍ରନାଥ ରାଉତରାୟ, ପୂର୍ବତନ ଜଗତସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୈଧୁରୀ, ସ୍ଥାନୀୟ ସରପଞ୍ଚ ଦୀପକ ସାହୁ, ଘନଶ୍ୟାମ କାନୁନଗୋ, ପ୍ରଭାକର ରାୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କୁନିକୁନି ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ୧୪ ଟି ପଞ୍ଚାୟତର କିଶୋରୀ ପ୍ରତିଭା ନୃତ୍ୟ ସଙ୍ଗୀତ ପ୍ରଦର୍ଶନରେ ଅଂଶ ଗ୍ରହଣ କରି ସମ୍ମାନିତ ହୋଇଥିଲେ। ତିନିଜଣ ଶ୍ରେଷ୍ଠ ପ୍ରତିଭାକୁ ରଜ କୁଇନ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ସୁଶାନ୍ତ ଦାସଙ୍କ ରଚିତ ପୁସ୍ତକ 'ଜହ୍ନ ଓ ଆମେ' ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ନୃତ୍ୟ ସଙ୍ଗୀତ ପରିବେଷଣ କରିଥିବା ସମସ୍ତ ପ୍ରତିଯୋଗିଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ ଦୀନବନ୍ଧୁ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲେ। ପ୍ରତିମା ମହାନ୍ତି, ପାର୍ବତୀ ପାତ୍ର, ଅକ୍ଷୟ ସାହୁ, ଜ୍ୟୋତି ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଝୋଟି, ହୁଳହୁଳି, ରଜପାନ, ଦୋଳିଖେଳ ଓ ନାଚଗୀତରେ ପ୍ରମିଳା କିଡ୍ସ ସ୍କୁଲର ରଜ ମହୋତ୍ସବ ପାଳିତ ହୋଇଥିଲା।
24