ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଅନିଶା ପ୍ରିୟଦର୍ଶିନୀଙ୍କୁ ରଜମହୋତ୍ସବରେ ସମ୍ବର୍ଦ୍ଧନା

ତିର୍ତ୍ତୋଲ, 16/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର କୃତି ଛାତ୍ରୀ ଅନିଶା ପ୍ରିୟଦର୍ଶିନୀଙ୍କୁ ତାଙ୍କର ଓ ଏ ଏସ କୃତିତ୍ୱ ପାଇଁ ସିଳନ୍ଦୀ - ଖନ୍ଦୋଳ ରଜମହୋତ୍ସବ ଭବ୍ୟ ମଞ୍ଚରେ ଶିକ୍ଷା, ବୈଷୟିକ,ଦକ୍ଷତା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ କୁମାର ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ l ଏହି ସଭାରେ ସଭାପତିତ୍ବ କରିଥିଲେ ସ୍ଥାୟୀ ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ମୁଖ୍ୟ ଅତିଥିଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ, ମୁଖ୍ୟ ବକ୍ତା ବରିଷ୍ଠ ତଥା ଭାଜପା ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା, ବିଶିଷ୍ଟ ଅତିଥି ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ବରେଣ୍ୟ ଅତିଥି ବାଲିକୁଦା ଏରସମା ବିଜେଡି ସଭାପତି ପାର୍ଥ ସାରଥୀ ରାଉତ,ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ l ମଞ୍ଚ ପରିଚାଳନା କରିଥିଲେ ଅର୍ପିତା ଦାସ,ଜଗନ୍ନାଥ ଖଣ୍ଡୁଆଳ,ବାବାଜୀ ମଲ୍ଲିକ, ଲୋକନାଥ ବଡ଼ପଣ୍ଡା, ହେମନ୍ତ କୁମାର ନାୟକ, ଶରତ ଚନ୍ଦ୍ର ତାରିଣୀଆ ପ୍ରଭୃତି l ଧନ୍ୟବାଦ ଦେଇଥିଲେ ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ l
21