ଏରସମା, 17/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମପଞ୍ଚାୟତ ଜାଲପଦା (ଛତର କନ୍ଧା) ମହାବୀର ହନୁମାନଙ୍କ ପୀଠରେ ମହାବୀର ଯୁବକ ସଂଘ ପକ୍ଷରୁ ଦଶମ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି।ବାମଦେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଗ୍ରାମରେ ସମସ୍ତେ ଏକାଠି ହୋଇ ଭାଇଚାର ବଜାୟ ରଖିବାକୁ କହିଥିଲେ। ଯୁବପୀଢ଼ି ମାନଙ୍କୁ ନିଷା ସେବନରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବାଲିତୁଠ ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି,ବାମଦେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦାୟିନୀ ମହାନ୍ତି, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦୋଳଗୋବିନ୍ଦ ପଲ୍ଲାଇ ପ୍ରମୁଖ ଯୋଗଦେଇ ଗଣପର୍ବ ରଜ ଓଡ଼ିଆ ରାଜ୍ୟର କଳା ସଂସ୍କୃତି ଜଗନ୍ନାଥ ର ବାରମାସରେ ତେର ପର୍ବ ଭିତରୁ ରଜ ପର୍ବ ଅନ୍ୟତମ ସମସ୍ତ ଙ୍କ ଘରେ ପିଠା ପଣା ସାଙ୍ଗକୁ ଝିଅ ବେହୂ ମାନେ ସଜବାଜ ହେଇ ବିଭିନ୍ନ ଦୋଳି ଖୋଳିଥାନ୍ତି ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା ,ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା କରିବା ସହିତ ଭାଇଚାର ର ପର୍ବକୁ ସମେତ ମିଳିମିଶି କରିଥିବାରୁ ଆୟୋଜିତ ମହାବୀର ଯୁବକ ସଂଘ ଅତିଥିମାନେ ଧନ୍ୟବାଦ ଜଣାଇ ଅନୁଷ୍ଠାନର ଉତ୍ତରତ୍ୱର କାମନା କରିଥିଲେ।ସଂଧ୍ୟାରେ ଜାଲପଦା ଗ୍ରାମର ଛୋଟ କଳାକାର ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯାଇଥିଲା।ରଜ ମହୋତ୍ସବ କମିଟିର ସଭାପତି ଦୀପକ କୁମାର ରାଉତ,ବିଜୟ କୁମାର ସାହୁ, ରତିକାନ୍ତ ସ୍ୱାଇଁ,,ମଧୂସୁଧନ ପଲାଇ, ସୁଭାଶିଷ ପାତ୍ର,ମନୋଜ ସାହୁଙ୍କ ସମେତ ହନୁମାନ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ରଜ ମହୋତ୍ସବ ୨୦୨୬ ଶାନ୍ତି ଶୃଙ୍ଖଳା ଭାବରେ ଚାଲୁଛି।